ଜୁନାଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ହଜାରେ ବର୍ଷର ସହର ତଥା ପୁରାତନ ରାଜଧାନୀରେ ଆଜି ଜୁନାଗଡ଼ ମହୋତ୍ସବ ଉଦଘାଟିତ ହୋଇଛି। ଆଜି ଠାରୁ ତିନିଦିନ ଧରି ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଏବଂ ମହାରାଣୀ ରିତୁଜା ଦେବୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କଳାହାଣ୍ଡି ମହାରାଜଙ୍କୁ ସର୍ବପ୍ରଥମେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଇବା ସହିତ ମଞ୍ଚରେ ସ୍ୱାଗତ କରାଯାଇଥିଲା। ମହାରାଜାଙ୍କ ଦ୍ଵାରା ମାଁ ଲଙ୍କେଶ୍ୱରୀଙ୍କ ଭବ୍ୟମୂର୍ତ୍ତକୁ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ଉଦଘାଟନ ହୋଇଥିଲା। ସଭା ପରେ କଳାହାଣ୍ଡି ର ବିରବାଦ୍ୟ ଘୁମୁରା ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ ମହୋତ୍ସବ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ନିବେଦିତା ନାଥ, ମୁଖ୍ୟବକ୍ତା ଥୁଆମୂଳ ରାମପୁର ମାଁ ମାଣିକେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଜାରିଙ୍ଗ ନବମଆଇଆରବି ବାଟାଲିଆନ ଆସିଷ୍ଟାଣ୍ଟ କମାନଣ୍ଡେଣ୍ଟ ମହେନ୍ଦ୍ର ଭୋଇ, ଜୁନାଗଡ଼ ଏନଏସି ଅଧକ୍ଷ୍ୟା ହିମାଦ୍ରୀ ନାଏକ, ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ପୂର୍ଵ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭଵସିନ୍ଧୁ ମଙ୍ଗରାଜ ପ୍ରମୁଖ ଉଦବୋଧନ ଦେଇଥିଲେ । ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ ଉପସଭାପତି ସନ୍ତୋଷ କୁମାର ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ବିନୟ ସାହୁଙ୍କ ନେତୃତ୍ୱରେ ମନୋଜ ମେହେର, ରଶ୍ମିତ ନାୟକ, ବେଣୁଧର ବାଗ, ବେଦବର ଡୋଙ୍ଗରୀ, ଲିପସା ଦଣ୍ଡସେନା, ଖୋଲାନନ୍ଦ ଝଙ୍କର ଅନୁବନ୍ଧନ ଭରଦ୍ବାଜ, ସୂର୍ଯ୍ୟ ପ୍ରସାଦ ଠାକୁର, ଅନୁପମା ନାୟକ, ଶ୍ମିତାରାଣୀ ସାହୁ, ସଂଜୀବ ସାହୁ, ପିପୁନ ପୁଝାରୀ, ଓମ ପ୍ରକାଶ, ଶିଭାଂଶି ପଟ୍ଟନାୟକ, ଭାଗିରଥି ଶାଗର, ମେହେକ ସରାଫ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ କଳା ବିକାଶକେନ୍ଦ୍ରର ଓଡିଶୀ, ଜୁଡା ପଏଂରି ର ଧାପ, କର୍ତ୍ତବ୍ୟ ଅନୁଷ୍ଠାନର ଘୁମୁରା, ସୁବର୍ଣ୍ଣପୁର ର ଦୁଲଦୁଲି, ଭାରତୀ କଳା ପରିଷଦର ପଞ୍ଚରସି, ଟ୍ରାଇବାଳ ଡ୍ୟାନ୍ସ ଏକାଡେମୀର ବଜାଶାଲ, ସଖ୍ୟମ ଡ୍ୟାନ୍ସ ଏକାଡେମୀର ଓଡିଶୀ, ଈଶ୍ୱର ରାଓଙ୍କ ଘୁଡକା, ରାୟଗଡା ପିଡ଼ିସି ଡ୍ୟାନ୍ସ ଗ୍ରୁପର ଢେମସା, ସଙ୍ଗୀତ ସାଧନାର ବଜାଶାଲ, ଢୋଲ ମହୁରୀ କଳାପରିଷଦର ବଜାଶାଲ, ନରେଶ ସୁନାନୀଙ୍କ ବଜାଶାଲ, ପ୍ରସାଦ ରଞ୍ଜନ ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ରେକପୁର ର ବଜାଶାଲ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
