ମା’ ମାଉଳି କ୍ରିକେଟ : ଡ଼ଙ୍ଗରୀଗୁଡା ଚାମ୍ପିଆନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡାଠାରେ ଚାଲିଥିବା ମା’ ମାଉଳି ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ ହୋଇଛି। ଫାଇନାଲ ଖେଳରେ ସନ୍ଧିମୁଣ୍ଡା କୁ ହରାଇ ଡ଼ଙ୍ଗରୀଗୁଡା ଦଳ ବିଜେତା ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଆନ ହୋଇଛି। ପ୍ରଥମେ ଡଙ୍ଗରୀଗୁଡା ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୨୮୨ ରନ ସଂଗ୍ରହ କରିଥିଲା। ଜବାବରେ ପ୍ରତିପକ୍ଷ ଦଳ ୭ ଉକେଟ ହରାଇ ୧୧୫ ସଂଗ୍ରହ କରି ପରାଜୟ ହୋଇଥିଲା। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଘନଶ୍ୟାମ ନାଏକ, ନୃପରାଜ ରୋତି, ଯୁବରାଜ ରୋତି, ଲଛମନ ରୋତି, ପର୍ଶୁରାମ ରୋତି, ମକର ଭାଟି ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଉଭୟ ବିଜେତା ଏବଂ ଉପବିଜେତା ଦଳ କୁ ଟ୍ରଫି ସହ ପୁରୁଷ୍କାର ପ୍ରଦାନ କରାଯାଇଥିଲ। ଆମ୍ପିୟାର ଭାବରେ ପପୁ ପଟ୍ଟନାୟକ ଏବଂ ଲକି ଖେଳ ପରିଚାଳନା କରିଥିଲେ। ଖଗେଶ୍ୱର ରୋତି ସ୍କୋରବୋର୍ଡ ଦାଇତ୍ୱ କରିଥିବାବେଳେ ଖେଳର ଧାରାବିବରଣୀ ପୁଷ୍ପରାଜ ପାଣିଗ୍ରାହୀ, ହୃଷିକେଶ ଦୁର୍ଗା ଓ ପ୍ରଦୀପ ଯାଦବ ପ୍ରଦାନ କରିଥିଲେl ପରିଚାଳନା କମିଟିର ତରୁଣ ରୋତି, ଉମେଶ ରୋତି, ମେଘନାଥ ରୋତି, ରୁମେଶ ରୋତି, ଖଗେଶ୍ୱର ରୋତି, ହୃଷିକେଶ ରୋତି ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *