ବିକାଶ କମ୍ପ୍ୟୁଟର ଏକାଡେମୀରେ ଏମ୍‌ବିକେ ମାନଙ୍କ ପାଇଁ ୨୦ ଦିନିଆ  ତାଲିମ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁରର ଓଡ଼ିଶା ସରକାରଙ୍କ ସ୍ଵୀକୃତି ପ୍ରାପ୍ତ  ବିକାଶ କମ୍ପ୍ୟୁଟର ଏକାଡେମୀ  ଶିକ୍ଷାନୁଷ୍ଠାନ ଠାରେ ଏମ୍‌ବିକେ ମାନଙ୍କ ପାଇଁ ୨୦ ଦିନିଆ କମ୍ପ୍ୟୁଟର ତାଲିମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏଏଲସି ଓର୍ଡିନେଟର କୋଡ଼ିନେଟର ବିକାଶ ରଞ୍ଜନ ମହାରଣା ସକାଳ ୧୦ଟା ସମୟରୁ ତାଲିମ କାର୍ଯ୍ୟ ଆରମ୍ଭ କରିଥିଲେ। ମାଧ୍ୟାହ୍ନ ଭୋଜନ ପରେ ପ୍ରଥମ ଦିନର ତାଲିମ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା। ଏହି ତାଲିମ ଶିବିର  ୧୯  ଜଣ ମ, ରାମପୁର ବ୍ଲକ୍ ର  ଏମ୍‌ବିକେ ମାନଙ୍କୁ ନେଇ ୨୦ ଦିନିଆ କମ୍ପ୍ୟୁଟର ମାଧ୍ୟମରେ ଏମ୍‌ବିକେ  ଉନ୍ନତ ମାନର ଜ୍ଞାନ ଦିଆଯିବା ସହିତ ତାଙ୍କର କାର୍ଯ୍ୟଦକ୍ଷତା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିପାରିବେ   ବୋଲି  ବିକାଶ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଶ୍ରୀମହାରଣା ସୂଚନା ଦେଇଛନ୍ତି।