କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତାଲପଦର ଚମ୍ପିୟାନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମ ପଞ୍ଚାୟତର କର୍ମେଳ ଡଙ୍ଗରିଗୁଡ଼ା ଖେଳ ପଡିଆଠାରେ ଚକାଡୋଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ଗ୍ରୀନ ଟେନିସ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦ‌ଯାପନୀ ଦିବସରେ ଅଧ୍ୟାପକ ଧନଞ୍ଜୟ ପଣ୍ଡା ମୁଖ୍ୟ ଅତିଥି, ସମାଜ ସେବୀ ମୁକେଶ ଶର୍ମା ମୁଖ୍ୟବକ୍ତା,  ଗଣେଶ ନାଗ, ଅବନୀ ଘି, ଗୋବିନ୍ଦ ମାଝୀ, ରମେଶ ପଣ୍ଡା, ମଳୟ ପଣ୍ଡା, ମାନସ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଟୁର୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିବା ବେଳେ ତାଲପଦର ଦଳ ଏବଂ ବାଲିଛଡ଼ା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ବାଲି ଛଡା ଦଳକୁ ପରାସ୍ତ କରି ତାଳପଦର ଦଳ ଚମ୍ପିୟାନ ହୋଇଥିଲେ। ବିଜେତା ତାଲପଦର ଦଳକୁ ଟ୍ରଫି ସହ ନଗଦ ୧୫ହଜାର ଟଙ୍କା ଏବଂ ରନର୍ସ ଅଫ ବାଲିଛଡା ଦଳକୁ ଟ୍ରଫି ସହିତ ନଗଦ ୧୦ହଜାର ଟଙ୍କା ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଖେଲକୁ ସୁରେସ ବନ୍ଦୀଛୋଡ ଓ ଅମିତ ସୁନାନି ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଦିଲୀପ ମାଝୀ ଓ ଧର୍ମ ମାଝୀ ସ୍କୋରର ଦାୟିତ୍ଵ ତୋଳାଇଥିଲେ। ଫାଇନାଲ ଖେଲରେ ଏମ୍ପେୟାର ଭାବରେ ରୁନିତ୍ ପଣ୍ଡା ଓ ଲିପଟନ୍ ପଣ୍ଡା ଖେଳ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଚକାଡୋଳା ସାଂସ୍କୃତିକ ଅନୁଷ୍ଠାନର ଦେବାଶିଷ ପଣ୍ଡା, ଅନୁପ ପଣ୍ଡା, ସମୀର ନାଗ, ଡମ୍ବରୁ ମାଝୀ, ଯଶୋବନ୍ତ ନାଗ, ଦିଗାମ୍ବର ନାଗ , ଷଷ୍ଠୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ।