ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଜୁନାଗଡ ସହର୍ ସ୍ଥିତ ପ୍ରିୟଦଶିର୍ନୀ ଇନ୍ଦିରା ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମଶିବିର ଉଦଘାଟିତ। ଏହି ଶିବିର ୯ ଦିନ ଧରି ଚାଲିବା ସହ ଗୁରୁବାର ଏହି ଶିବିର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ତାଲିମ ଶିବିର ରେ ମୁଖ୍ୟଅତିଥି ଭାବେ ଜୁନାଗଡ ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ବରାଡ଼ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୋଲିସ ଏଏସ୍ଆଇ ସ୍ମିତା ରାଣୀ ମାଝୀ ଏବ୍ଂ ଅନ୍ୟତମ ଅତିଥି ଭାବେ ଜୁନାଗଡ ମିଡିଆ କ୍ଲବ୍ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି, କଲେଜର ଭାରପ୍ରାପ୍ତ ଅଧକ୍ଷା ସାଗରିକା ଦାସ, ଓଡ଼ିଆ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା, ପିଇଟି ସମୀର ରଞ୍ଜନ ସାହୁ, ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣର ସଂଯୋଜିକା ଅମିତା ମେହେର ପ୍ରମୂଖ ଯୋଗଦାନ କରି ଥିଲେ। ଏବ୍ଂ ଛାତ୍ରୀ ମାନେ କିପରି ଏହି ତାଲିମ ଶିବିର ରେ ପ୍ରଶିକ୍ଷଣ ନେଇ ନିଜ ସୁରକ୍ଷା ନିଜେ କରିପାରିବେ ସେ ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ପରି ପ୍ରକାଶ କରିଥିଲେ। ଏହି ଆତ୍ମ ସୁରକ୍ଷା ତାଲିମ ଶିବିର ରେ ପ୍ରଶିକ୍ଷକା ଭାବେ ଜଲି ପରାଭୋଇ ଏବ୍ଂ ଶିବାନୀ ଭାଟି ଛାତ୍ରି ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜ ର ଓଡ଼ିଆ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ପିଇଟି ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜ ର ବିକାଶ ବେହେରା,ଜିତେନ୍ଦ୍ର ନାଏକ, ଆଲୋକ ସାହୁ, ତ୍ରିଭୁବନ ବେମାଲ, ରାଜ କୁମାରୀ ବେମାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସକ୍ରିୟ ସହଯୋଗ କରିଥିଲେ।
