ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନ-୨.୦ ଶୁଭାରମ୍ଭ

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ପଞ୍ଚାୟତ ସମିତି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନ-୨.୦ ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଲୋକ ସଭା ସାଂସଦଙ୍କ ପ୍ରତିନିଧି ପଦ୍ମ ଲୋଚନ ମିଶ୍ର, ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରତିନିଧି ସତ୍ୟ ନାରାୟଣ ସାହୁ, ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଶ୍ରୀକାନ୍ତ ଦଳେଇ, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୈଳଜା ନନ୍ଦନ ମିଶ୍ର, ଶିଶୁ ବିକାଶ ପ୍ରକଳ୍ପ ମହିଳା ପରିଦର୍ଷିକା ଶର୍ମିଲା ବେହେରା, ଗୋଷ୍ଠି କୃଷି ଅଧିକାରୀ ପୂଜାରାଣୀ ବାଗ, ଗୋଷ୍ଠୀ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ଅଧିକାରୀ ପ୍ରତିଭା ମାଝୀ ପ୍ରମୁଖ ଯୋଗଦେଇ ପ୍ରଥମେ ମାଁ ମାଣିକେଶ୍ଵରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନେ ସମସ୍ତଙ୍କ ସମନ୍ଵୟ ଓ ସହଭାଗିତା କାମନା କରି ବ୍ଲକର ଦୃତ ବିକାଶ ସହ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ଵ ଦେଇଥିଲେ। ଏହି ଅବସରରେ ମୂର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ବିଭିନ୍ନ ଭତ୍ତା ବିତରଣ କରାଯାଇଥିଲା। ସମସ୍ତ ବିଭାଗୀୟ କର୍ମଚାରୀ, ସମସ୍ତ ଜନ ପ୍ରତିନିଧି, ଜନ ସାଧାରଣ, ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀ ଆଦି ସମସ୍ତେ ଏକ ହୋଇ କାର୍ଯ୍ୟ କରି ବ୍ଲକକୁ ସୁସ୍ଥ, ସମୃଦ୍ଧ ଭାବରେ ଗଢି ତୋଳିବା ପାଇଁ ଶପଥ ପାଠ କରିଥିଲେ। ବିଭାଗ ମାନଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ୍ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ର ଛାତ୍ରୀ, ସମସ୍ତ ବିଭାଗୀୟ ତୃଣମୂଳ ସ୍ତର କର୍ମଚାରୀ, ଚାଷୀ, ଜନସାଧାରଣ, ପିରାମଲ ଫାଉଣ୍ଡେସନ, ମହାଶକ୍ତି ଫାଉଣ୍ଡେସନର କର୍ମଚାରୀ ଆଦି ଉପସ୍ଥିତ ଥିଲେ। ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କୁଲମଣି ସିଂ ରାୟ,ରାଶି ମାଝୀ, ପିଇଓ ହେମାନନ୍ଦ ନାଏକ, ଉଗ୍ରସେନ ଗଉଡ, ସୁରେଶ କୁମାର ଜାଲ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *