ଟପ୍ ମାଓନେତା ନିଖିଲ ଓ ଇନ୍ଦୁଙ୍କ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଓଡିଶା ରାଜ୍ୟ କମିଟି ସଦସ୍ୟ ସି.ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ) ଓ ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଙ୍କ ସମେତ ଅନ୍ୟାନ୍ୟ ମାଓ କ୍ୟାଡ଼ର ସଶସ୍ତ୍ର ଆତ୍ମ ସମର୍ପଣ କରିଛନ୍ତି। କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଶେଷରେ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ଜରିଆରେ ଓଡିଶା ସରକାର ଓ ଗୃହ ବିଭାଗ ଉଦେଶ୍ୟରେ ଖୋଲା ପତ୍ର ଜାରି କରିଥିଲେ। ଦୁଇ ଦଶକରୁ ଅଧିକା ହେଲା ସି.ପି.ଆଇ (ମାଓବାଦୀ) ର ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିଲେ। ବାଶଧରା ଆଞ୍ଚଳିକ କମିଟି ଜରିଆରେ ସଂଗଠନରେ ସାମିଲ ଥିଲେ। ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଆତ୍ମ ସମର୍ପଣକାରି ମାଓବାଦୀଙ୍କ କ୍ଷେତ୍ରରେ ତାହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରି କରିବ ପାଇଁ ସେମାନେ ଦାବି କରିଛନ୍ତି। ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି.ପି.ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି।

Leave a Reply

Your email address will not be published. Required fields are marked *