ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରିସର ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକର ସମ୍ପୂର୍ଣ୍ଣତା ଅଭିଯାନ ୨.୦ ସପାନର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଲନ୍ଦ୍ରୀ ନାୟକ ମୁଖ୍ୟ ଅଥିତି ସନ୍ନମାନନୀୟ ଅଥିତି ରୂପେ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ପାତ୍ର, ମଣ୍ଡଳ ସଭାପତି ଜୋନ ୧ ଅଭିମନ୍ୟୁ ହରିଜନ, ବିଧାୟକ ପ୍ରତିନିଧି ପ୍ରଶାନ୍ତ ନାୟକ,ଅନ୍ୟ ଅଥିତି ମାନଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ଗାଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ, ଆକାଂକ୍ଷା ନିର୍ଦେଶକ ଐସୂର୍ଯ୍ୟ ଭଞ୍ଜ, ଉପନିର୍ଦେଶକ ବ୍ରଜବନ୍ଧୁ ନାୟକ, ପ୍ରକଳ୍ପ ପରିଚାଳକ ବିକ୍ରମ କେଶରୀ ରଣା,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନିତା ଜେଠି, ପ୍ରାଣୀ ଚିକିତ୍ସା ଅଧିକାରୀ ମହେନ୍ଦ୍ର ସମରଥ, ମଙ୍ଗଳ ଅଧିକାରୀ ଜଗ ମହନ ମାଝୀ, ଯୋଗାଣ ବିଭାଗ ଅଧିକାରୀ ରୋହିତ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ତେନ୍ତୁଳିଖୁଣ୍ଟି ସ୍ଥିତ ଲଷ୍ମଣ ନାୟକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ମଶାଲ ସଭାଯାତ୍ରାରେ ବ୍ଲକ ପରିସର ପର୍ଯ୍ୟନ୍ତ ଆସିଥିଲେ।ବ୍ଲକ ପରିସରରେ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜାର୍ଚ୍ଚନା ପରେ ସ୍ୱାଗତ ଭାଷଣ ଆକାଂକ୍ଷା ବ୍ଲକ ସହଯୋଗୀ କିରଣ ପ୍ରଧାନ ଦେଇଥିଲେ। ଏହାପରେ ବାପୁଜୀ ହାଇସ୍କୁଲର ଛାତ୍ରୀ ମାନେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ।
