ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ଆଭାସି ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୭ ଟି ଉପ ନିବନ୍ଧନ ତହସିଲ ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାରେ ୬ ଗୋଟି ତହସିଲ ଯଥା ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ଠାରେ ନୂତନ ସବ୍ ରେଜିଷ୍ଟର ଅଫିସ ଉଦ୍ଘାଟନ ହୋଇଯାଇଛି। ତେନ୍ତୁଳିଖୁଣ୍ଟି ତହସିଲ ଛାଡିଦେଲେ ଅନ୍ୟ ସମସ୍ତ ସ୍ଥାନରେ ତହସିଲ କାର୍ଯ୍ୟାଳୟ ପରିସରରେ ବିଧାୟକ, ସାଂସଦ ପ୍ରତିନିଧି, ପଞ୍ଚାୟତ ରାଜ ଲୋକ ପ୍ରତିନିଧିଙ୍କୁ ନେଇ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ କରାଯାଇଛି। ତେନ୍ତୁଳିଖୁଣ୍ଟିରେ ଖବରଦାତାଙ୍କୁ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିବାରୁ ଏଠାରେ ବୋଧ ହୁଏ ଉଦଘାଟନ କାର୍ଯ୍ୟକ୍ରମ ବାତିଲ କରାଯାଇ ଥାଇ ପାରେ ବୋଲି ଆଲୋଚନା ହେଉଥିବା ବେଳେ ଜଣା ପଡିଲା ତେନ୍ତୁଳିଖୁଣ୍ଟି ତହସିଲ ଅଫିସର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଉଦଘାଟନ କାର୍ଯ୍ୟକ୍ରମ ସାରି ଦେଇଥିବା ଜଣାପଡିଛି।ପ୍ରଶ୍ନ ଉଠୁଛି ଉଦଘାଟନ କାର୍ଯ୍ୟକ୍ରମକୁ ଲୋକ ପ୍ରତିନିଧି, ରାଜନେତା ଓ ଖବରଦାତାଙ୍କୁ ନିମନ୍ତ୍ରଣ ନ କରି କାର୍ଯ୍ୟକ୍ରମ କରିବାର କାରଣ କ’ଣ। ଏପରି କି ତେନ୍ତୁଳିଖୁଣ୍ଟି ସଦର ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ତ ଦୂରର କଥା କାର୍ଯ୍ୟକ୍ରମ ସମ୍ପର୍କିତ ପତ୍ର ପଞ୍ଚାୟତକୁ ମଧ୍ୟ ଦିଆଯାଇ ନାହିଁ ବୋଲି ସମିତି ସଭ୍ୟା ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ତେବେ ସବ ରେଜିଷ୍ଟ୍ରି କାର୍ଯ୍ୟଳୟ ଏଠାରେ କେଉଁ ଦିନ ଓ କିଭଳି କାର୍ଯ୍ୟ କରିବ ସଭିଏଁ ଅବଗତ ହୋଇଥାନ୍ତେ। ଆମ ସାଥୀ ଆପ ସମ୍ପର୍କରେ ମଧ୍ୟ ସଭିଏଁ ଅବଗତ ହୋଇ ଥାନ୍ତେ। ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟଙ୍କ ଏତାଦୃଶ ଅଣଦେଖା ଓ ପରିଚାଳନାକୁ ସାଧାରଣରେ ନିନ୍ଦା କରାଯାଉଛି।
