କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ତତ୍କାଳୀନ ବିଜେଡି ସରକାର ଅମଳରେ ସହରର ବହୁ ପ୍ରତିକ୍ଷିତ ଦାବୀ ମଧ୍ୟରୁ ସହରରେ ଏକ ଜେ ଏମ ଏଫ ସି କୋର୍ଟ ସ୍ଥାପନ ପାଇଁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରାଯାଇଥିଲା ଫଳସ୍ୱରୁପ ଦାବୀର ଯଥାର୍ଥ କୁ ହୃଦୟଙ୍ଗମ କରି ବିଜେଡି ସରକାରଙ୍କ ପକ୍ଷରୁ ୨୦୧୪ ମସିହା ମାର୍ଚ୍ଚ ୧ ତାରିଖରେ ନୂତନ କୋର୍ଟ ସ୍ଥାପନ କରାଗଲା।କୋର୍ଟ ପାଇଁ ଉପଯୁକ୍ତ ବିଲଡିଙ୍ଗ ନ ଥିବାରୁ କେସିଙ୍ଗା ଏନ୍ ଏସି ପାଖ ଏକ ସରକାରୀ ବିଲଡିଙ୍ଗକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି କରି ଅସ୍ଥାୟୀ ଭାବେ କୋର୍ଟର କାମକାଜ ଆରମ୍ଭ ହୋଇ ଥିଲା।ପରେ ୨୦୨୩ ମସିହାରେ ନୂତନ କୋର୍ଟ ସ୍ଥାପନ ପରେ କୋର୍ଟର କାମ ନୂତନ କୋର୍ଟ ବିଲଡିଙ୍ଗରୁ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଦୁଇ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ପୁରୁଣା କୋର୍ଟ ବିଲଡିଙ୍ଗ ସେମିତି ଖାଲି ପଡ଼ିଛି ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି ଉକ୍ତ ସରକାରୀ କୋଠା ବାହାରୁ ଦେଖିଲେ ଆବର୍ଜନା କୁଣ୍ଡ ଭଳି ଲାଗୁଛି ଉକ୍ତ ବିଲଡିଙ୍ଗ ଶୁଣିବାକୁ ମିଳୁଛି କୁଆଡେ ରେଭନ୍ୟୁ ବିଭାଗ ଅଧିନରେ ଅଛି ଉକ୍ତ ଏନ୍ ଏଚ କଡ଼ରେ ଥିବା କୋଠା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି କରାଯାଇଥିବା ଉକ୍ତ ବିଲଡିଙ୍ଗ ଭୂତ କୋଠିରେ ପରିଣତ ହେଲାଣି।ଉକ୍ତ ସରକାରୀ କୋଠା କୁ ସରକାରୀ କାମରେ ଲଗାଇବା ପାଇଁ ସାଧାରଣ ରେ ଦାବୀ ହେଉଛି।