ରାୟଗଡ଼ ନଗର ହନୁମାନ ବସତିରେ ବିଶାଳ ହିନ୍ଦୁ ସମ୍ମିଳନୀ

ରାୟଗଡା/କ୍ରାନ୍ତିକ୍ଷେତ୍ର : ଆଜି ରାୟଗଡ ନଗର ହନୁମାନ ବସତିର ହିନ୍ଦୁ ସମ୍ମିଳନୀ ବାରିଝୋଲା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ବାରିଝୋଲା ଗ୍ରାମଠାରେ ସମସ୍ତଙ୍କ ଉପସ୍ଥିତିରେ ଗ୍ରାମ ଦେବିଙ୍କ ଠାରେ ପୂଜା ଅର୍ଚ୍ଚନା ସରିବା ପରେ ଏକ ବିଶାଳ କଳସ ଯାତ୍ରା ଗ୍ରାମଠାରୁ ହନୁମାନ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ବାଜା, ସଂକ୍ରିତନ ସହ ପହଞ୍ଚିଥିଲେ। ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ୯ କୁଣ୍ଡିୟ ଗାୟତ୍ରୀ ଯଜ୍ଞ କରାଯାଇଥିଲା। ବିଦ୍ୟାଳୟ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମରେ ମଞ୍ଚରେ ମୁଖ୍ୟବକ୍ତା ଭାବେ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ଦିଲୀପ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଦୁଲତା ହୁଇକା, ସନ୍ନମାନିତ ଅତିଥି ଭାବେ ସାଲୁ ବିଡ଼ିକା, ମଧୁ କାଡ୍ରାକା, ରଙ୍ଗା ମହାନନ୍ଦିଆ, କାନ୍ତାରାଓ ବିଡ଼ିକା, ସିଙ୍ଗାରୀ ବିଡ଼ିକା, ସ୍ୱପ୍ନା କାର୍ଡକା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟା ଭୂଷଣ ପଣ୍ଡା ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ହିନ୍ଦୁ ସମ୍ମିଳନୀର ଉଦ୍ଦେଶ୍ୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ। ବିଭିନ୍ନ କୀର୍ତ୍ତନୀ ମଣ୍ଡଳୀ ଗୁରୁ, ବିଭିନ୍ନ ସମାଜ ମୁଖିଆ, ଜାତି ମୁଖିଆ ମାନଙ୍କୁ ମଞ୍ଚରେ ସନ୍ନମାନିତ କରାଯାଇଥିଲା। ସମ୍ପୂର୍ଣ କାର୍ଯକ୍ରମ କୁ ଡକ୍ଟର ବାଦଲ କୁମାର ତା, ଶ୍ୟାମ କୁମାର ଦାଶ, ଅଜୟ କୁମାର ରଥ, ରାମ ଚନ୍ଦ୍ର ସାହୁ, ଟି ନାଗରଜୁ, ଅଜୟ ଚୂଲେଟ, ବିଦ୍ୟା ସାଗର, ନରେଶ ବିଡ଼ିକା ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ସନ୍ଥ ଶ୍ରୀଚୈତନ୍ୟ ରାମଜୀ ମହାରାଜ ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ।