ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର) : କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡ଼ା ଦଣ୍ଡପଦର ଯାତ୍ରା ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବେଦଭୂଷଣ ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଏବଂ ଅନ୍ୟ ତମ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ ସିଡିଓ ଶମ୍ଭୁନାଥ ନନ୍ଦୀ, ପିଏଆଇଟିଡିଏ କୃପା ସିନ୍ଧୁ ବେହେରା, ସ୍ନେହଲତା ସାହୁ ଏହି ଉଦଘାଟନ ସମାରୋହରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ ଥିଲେ। ଏହା ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଓ ରାଜ୍ୟ ବାହାରୁ ଏହି ମେଳାରେ ମହିଳାମାନେ ଷ୍ଟଲ ମାଧ୍ୟ୍ୟମରେ ବିଭିନ୍ନ ଉପକରଣ ବିକ୍ରୟ କରୁଛନ୍ତି। ୭ ଦିନ ଧରି ଏହି ମେଳା ଆୟୋଜନ କରାଯିବା ସହ ପ୍ରତ୍ୟେକ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ମାନଙ୍କ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଥର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆନନ୍ଦ ପରିଲିକ୍ଷିତ ହୋଇଛି। ବାଲିଗୁଡ଼ା ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ଅକ୍ଷୟ ମଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସାମର୍ଥ ଉପସ୍ଥିତ ରହିଥିବା ବେଳେ ଆଇ ଆଇସି ଶିବରାଜ ସିଂଘା ପ୍ରମୁଖ ଯାତ୍ରା ପଡ଼ି ଆରେ ଉପସ୍ଥିତ ରହି ଆଇନ ସୃଙ୍ଖଳା ଆଇନ ଉପରେ ଦୃଷ୍ଟି ଦେଇଛନ୍ତି।
