ଜୁନାଗଡ/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ପଳାଶ ଗ୍ରାମଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ପାଇଁ ରବିବାର ଅପରାହ୍ନରେ ପଳାଶ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ଦଳ ସହ ଗ୍ରାମର ଶତାଧିକ ମହିଳା କଳସ ଯାତ୍ରାରେ ବାହାରି ହାତୀନଦୀ ଠାରୁ ଜଳ ପୂର୍ଣ୍ଣ କଳସ ଧରି ଷୋହଳ ପ୍ରହର ଯଜ୍ଞ ମଣ୍ଡପରେ ପହଞ୍ଚି ସ୍ଥାପନ କରିଥିଲେ। ରବିବାର ଅପରାହ୍ନରେ ପୂଜକ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା ଆରମ୍ଭ କରି ଅଧିବାସ କାର୍ଯ୍ୟକ୍ରମ କରାଯାଇଥିଲା। ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞକୁ ଉଆଁସୁ ମେହେର ଆୟୋଜନ କରିଥିବାବେଳେ ପଳାଶ ଗ୍ରାମର ସମସ୍ତ ଜନସାଧାରଣ ପୂର୍ଣ୍ଣ ସହଯୋଗ କରୁଛନ୍ତି।

ଆୟୋଜକଙ୍କ ଜ୍ୟେଷ୍ଠ ପୁତ୍ର ବୃନ୍ଦାବନ ମେହେର ଓ ତାଙ୍କ ଧର୍ମପତ୍ନୀ ଦିପାଞ୍ଜଳି ମେହେର ଏବଂ ସାନ ପୁତ୍ର ବିକର୍ଣ୍ଣ ମେହେର ଓ ତାଙ୍କ ଧର୍ମପତ୍ନୀ ଶିତଲା ମେହେର କର୍ତ୍ତା କାର୍ଯ୍ୟ ତୋଲାଉ ଥିବାବେଳେ ପୂଜକ ଗୋପାଳ ଠାକୁର, ଭାସ୍କର ଠାକୁର ତଥା ସହଯୋଗୀ ପୂଜା କାର୍ଯ୍ୟ ଜାରି ରଖିଛନ୍ତି। ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞରେ ରାଧାକୃଷ୍ଣ ସଂକୀତ୍ତନ ମଣ୍ଡଳୀ ପଳାଶ, ଜୁନାଗଡ, ସିବଶକ୍ତି ସଂକୀର୍ତ୍ତନ ମଣ୍ଡଳୀ ନକଟିଗୁଡ଼ା, ଜୁନାଗଡ, ମହିଳା ସଂକୀର୍ତ୍ତନ ମଣ୍ଡଳୀ ରତନପୁର, କଳାହାଣ୍ଡି, ଶ୍ରୀଚୈତନ୍ୟ ଠାକୁର ବାଳିକା ସଂକିର୍ତ୍ତନ ମଣ୍ଡଳୀ ଘୁଚାପାଲି , ବଲାଙ୍ଗୀର, ଶ୍ରୀକୃଷ୍ଣା ୟଙ୍ଗଷ୍ଟାର ସଂକୀର୍ତ୍ତନ ମଣ୍ଡଳୀ ଖୁଜେନ, ଜାମପଡା , ପାଟଣାଗଡ , ଗ୍ରାମପତି ବାଳିକା ସଂକୀର୍ତ୍ତନ ମଣ୍ଡଳୀ ମିଠାପାଲି, ବଲାଙ୍ଗୀର, ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ କର୍ଲାକୋଟ, କଳାହାଣ୍ଡି, ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଭୁଲିଆଦିହୀ, ବରଗଡ଼, ଓଡ଼ିଶୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଚୁଲାଦର୍ହ୍, ବଲାଙ୍ଗୀର। ଏହିପରି ନଅ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ହୋଇ ନାମ ଯଜ୍ଞରେ ଭାଗ ନେଇଁଛନ୍ତି। ନାମ ଯଜ୍ଞରେ ବାହକ ଏବଂ ଗାୟକ ମାନଙ୍କ କଣ୍ଠ ସ୍ୱରରେ ଦର୍ଶକ ବିଭୋର ହେଉଥିବା ଦେଖିବାକୁ ମିଳୁଛି। ଏହି ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞଟି ଷୋମବାର ସକାଳ ସାତ ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ବେଳେ ବୁଧବାର ସକାଳ ସାତ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ହେବାର ସୂଚନା ମିଳିଛି।
