ସ୍ମାତକ ମହାବିଦ୍ୟାଳୟତରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ସରକାରୀ ସ୍ମାତକ ମହାବିଦ୍ୟାଳୟତରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଇନ୍ଦ୍ରାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଇନ୍ଦ୍ରାବତୀର ବିଶିଷ୍ଟ ବ୍ୟବସାୟୀ କୃପାନିଧି ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷିକା ରଶ୍ମିତାଞ୍ଜଳି କର୍କରାଙ୍କ ସହଯୋଗ ରେ ଏହି ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ଆଲବିନ ରିକୋ ଖାଲଖୋ ପରିଚାଳନା କରି ଛାତ୍ରଛାତ୍ରୀ ମାନଙ୍କୁ “ନିଜେ ଶିକ୍ଷିତ ହେବା ସହ ଅନ୍ୟମାନଙ୍କୁ ଶିକ୍ଷା ଦେବା ସେହିଭଳି ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ସୁରକ୍ଷା ଦେବାରେ ଏହା ବେଶ ସହାୟକ ହେବି ବୋଲି ପ୍ରକାଶ କରିଥିଲେ। ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଦାୟିତ୍ୱ ରେ ଥିବା ପୂର୍ବା ଭତ୍ରା ଏବଂ ଜି ସୁନିତା, ଅଧ୍ୟାପକ ଡ. ବିରାଜ ଚଲାନ, ନିରଞ୍ଜନ ସାହୁ, କପିଳାସ କୁମ୍ଭାର, ଶ୍ରବଣ କୁମାର ପୂଜାରୀ, ଯୁଧିଷ୍ଠିର ବିଷୋୟୀ ଓ କଲେଜ ର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ତାଲିମ ଶିବିର ରେ ସକ୍ରିୟ ସହଯୋଗ କରିଥିଲେ।