ନଳାଚୁଆଁ ଜଙ୍ଗଲରେ ଅବକାରୀ ଚଢ଼ାଉ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଧନସୁଲି ଗ୍ରାମ ପଞ୍ଚାୟତ ନଳାଚୁଆଁ ଜଙ୍ଗଲରେ ଧର୍ମଗଡ଼ ଅବକାରୀ ରେଞ୍ଜ ଇନିସ୍ପେକ୍ଟର ଅରୁଣ କୁମାର ଯୋଶୀଙ୍କ ତତ୍ୱାବଧାନରେ ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, କନେଷ୍ଟବଳ ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, ସୁବଳ ମାଝୀ, କିର୍ତ୍ତୀ ଜେନା ଏବଂ ତାଙ୍କ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ। ଏଥିରେ ୪୪୦୦ କେ.ଜି ମହୁଲପୋଚ ସହ ୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି, ହେଲେ କେହି ଗିରଫ ହୋଇନଥିବା ଜଣାପଡ଼ିଛି।