ଦନ୍ତ ଚିକିତ୍ସା ବିଭାଗ ଉଦଘାଟିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଥମଥର ପାଇଁ ନୂତନ କରି ଦନ୍ତ ଚିକିତ୍ସା ବର୍ହିଃ ବିଭାଗ (ଓପିଡି)ଖୋଲିଛି। ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଜୟପାଟଣା ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଶୁଭ୍ରଜିତ ବିଶ୍ଵାଳ, ଦନ୍ତ ବିଶେଷଜ୍ଞ ଡ଼ା. ଅରୁଣ କୁମାର ସିଂ, ଓ ସମସ୍ତ ରୋଗୀ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ରୋଗୀଙ୍କ ଦାନ୍ତ କାଢ଼ିବା ଠାରୁ ଆରମ୍ଭ କରି ରୁଟ୍‍ କେନାଲ ଅପରେସନ, ଦାନ୍ତ ସଫା, ଦାନ୍ତ ପୂଜ ଅପରେସନ ଆଦି କରାଯିବ ବୋଲି ଡା.ବିଶ୍ଵାଳ ସୂଚନା ଦେଇଥିଲେ। ଏହା ଦ୍ୱାରା ଜୟପାଟଣା ବ୍ଲକର ଅଧିବାସୀ ତଥା ଆଖ ପାଖ ବ୍ଲକର ରୋଗୀମାନେ ବିନାମୂଲ୍ୟରେ ଚିକିତ୍ସା ପାଇବା ସହ ଉପକୃତ ହେଇପାରିବେ ବୋଲି ସୂଚନା ମିଳିଛି।