୧୦ ଦଫା ଦାବିରେ ଧର୍ମଘଟ ଓ ଗ୍ରାମୀଣ ହରତାଳ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ଚାରିଛକ ଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ୧୦ ଦଫା ଦାବିରେ କଂଗ୍ରେସର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ ଓ ସିପିଆଇଏମ ବ୍ଲକ ସମ୍ପାଦକ ସତ୍ୟଜିତ ଚାଟାର୍ଜୀଙ୍କ ନେତୃତ୍ବରେ ବିରାଟ ପଟୁଆରରେ ସିପିଆଇ ଏମ ନେତା ଭାରତ ଚାଟାର୍ଜୀଙ୍କ ନେତୃତ୍ବରେ ବାହାରି ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ଘରୋଇ ଅନୁଷ୍ଠାନ ଆଦି ବନ୍ଦ କରିଥିବାବେଳେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୋକାନ ବଜାର ସ୍ବାଭାବିକ ରହିଥିଲା। ଦାବୀ  ଗୁଡିକ ହେଲା ଚାରିଟି ଶ୍ରମ ସଂହିତା (ଲେବର କୋଡ)ତୂରନ୍ତ ରଦ୍ଦ କରାଯାଉ, ପୁରୁଣା ଶ୍ରମ ଆଇନଗତ ଅଧିକାର କୁ ପୁନଃ ସ୍ଥାପିତ କରାଯାଉ। ରାଷ୍ଟ୍ରୀୟ ଉଦ୍ଯୋଗର ବେସରକାରୀ କରଣ ବନ୍ଦ କରାଯାଉ- ରେଲ, ବ୍ୟାଙ୍କ,ଵୀମା ବିଦ୍ୟୁତ,ବଦ୍ଦର ଆଦି ସାର୍ବଜନୀନ କରାଯାଉ। (ବିଦ୍ୟୁତ ସଂଶୋଧନ) ବିଲ୍ ୨୦୨୫ ପ୍ରତ୍ୟାହାର କରାଯାଉ, ବିଦ୍ୟୁତ କ୍ଷେତ୍ର ସରକାର ଙ୍କ ପରିଚାଳନା ରେ ରଖାଯାଉ। ମନରେଗା କୁ ମଜବୁତ କରି ୨୦୦ ଦିନ କାମ ଓ ଦୈନିକ ୭୦୦ ଟଙ୍କା ମଜୁରୀ ନିଶ୍ଚିତ କରାଯାଉ, ଚାଷୀ ଓ କୃଷି ଶ୍ରମିକ ଙ୍କ ଅଧିକାର ରକ୍ଷା କରାଯାଉ, ସ୍ବାମୀ ନାଥ କମିସନ ସୁପାରିଶ ଅନୁଯାୟୀ ସମସ୍ତ ଫସଳ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିମନ୍ତେ ଆଇନ ଗତ ଗ୍ୟାରେଣ୍ଟି କରାଯାଉ। ଅନ୍ୟାନ୍ୟ ମୂଳ ଦାବୀ ସମସ୍ତ ଶ୍ରମିକଙ୍କ ପାଇଁ ଜୀବନ ଯାପନ ଯୋଗ୍ୟ ମଂଜୁରୀ ଅର୍ଥାତ୍ ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କା ଦିଆ ଯାଉ।ସମାନ କାମକୁ ସମାନ ମଜୁରୀ ନିୟମ କଡାକଡି ଲାଗୁ କରାଯାଉ। ଅସ°ଗଠିତ ଶ୍ରମିକ ଙ୍କୁ ପୂର୍ଣ୍ଣ ଆଇନ ଗତ ସୁରକ୍ଷା ଦିଆଯାଉ। ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ବାସୀଙ୍କୁ ଜଙ୍ଗଲ ଜମି ର ଅଧିକାର ଦିଅ ଏବଂ ନିର୍ମମ ବିସ୍ଥାପନ ବନ୍ଦ କରାଯାଉ। ଦରଦାମ ଓ ବେକାରୀ ବୃଦ୍ଧି କୁ ବନ୍ଦ କରାଯାଉ। ସାମ୍ପ୍ରଦାୟିକ ଘୃଣା ପ୍ରଚାର ଓ ଜାତିଗତ ହିଂସା ବନ୍ଦ କରାଯାଉ। ଦଳିତ,ଆଦିବାସୀ, ସଂଖ୍ୟା ଲଘୁ, ଏବଂ ମହିଳା ମାନଙ୍କ ପାଇଁ ସାମାଜିକ ନ୍ୟାୟ ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦଳର ସମ୍ପାଦକ ତଥା ମ, ରାମପୁର ପୂର୍ବତନ ସରପଞ୍ଚ ଚିତରଞ୍ଜନ ବାଗ, କଂଗ୍ରେସ ଦଳର କିଶୋର ଚନ୍ଦ୍ର ମହାନ୍ଦ, ରାଜ୍ୟ କୃଷକ ସଭାର ନେତା ଅଭିରାମ ବେହେରା, ସିପିଆଇ ଏମ ର ଗଙ୍ଗାଧର ପ୍ରହରାଜ, ସମେତ ଶହଶହ ମହିଳା ପୁରୁଷ ଯୋଗଦେଇଥିଲେ।