ବ୍ରେକ୍ ଫେଲ୍ ହେଲା ପୋଲିସ ଭ୍ୟାନ, ଅଳ୍ପକେ ବାର୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ୱାଦିକ

ରାୟଗଡା/କ୍ରାନ୍ତିକ୍ଷେତ୍ର : ବ୍ରେକ୍ ଫେଲ୍ ହେଲା ପୋଲିସ ବସ, ଅଳ୍ପକେ ବାର୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ୱାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବାବେଳେ ରାୟଗଡା ସହରର ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା, ଶତାଧିକ ଆନ୍ଦୋଳନ କାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଉପସ୍ଥିତ ଥିଲେ। ଏବଂ ସାମ୍ୱାଦିକ ମାନେ ଖବର ସଂଗ୍ରହ କରୁଥିଲେ ଏତିକି ବେଳେ ଅଟକି ଥିବା ପୋଲିସ ବସ ବ୍ରେକ ଫେଲ ହୋଇ ହଟାଟ ଗଡିଗଲା। ସମ୍ମୁଖରେ ଥିବା ଲୋକଙ୍କୁ ଚିଲେଇଲେ ଡ୍ରାଇଭର ଫଳରେ ତୁରନ୍ତ ସ୍ଥାନ ଛାଡ଼ିଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ। ପ୍ରକାଶ ଥାଉକି ନବରଙ୍ଗପୁରରେ ମୂଖ୍ୟମନ୍ତ୍ରୀ ପ୍ରୋଗ୍ରାମ ନିମନ୍ତେ ରାୟଗଡ଼ାରୁ ପୋଲିସ ବସରେ ୩୮ ଜଣ ପୋଲିସ କର୍ମୀ ଉପସ୍ଥିତ ଥିଲେ। ଏନେଇ ଖବର ପାଇ ସ୍ଥଳରେ ଘଟଣା ସ୍ଥଳରେ ପହଁଚି ଥିବା ରାୟଗଡ଼ା ଏସ ଡିପିଓ ଗୌର ହରି ସାହୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।