ଗୁନଗୁନିଆ ନିକଟରେ କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କଲପୁର ଥାନା ଦୁଲକୀବନ୍ଧ ନିକଟରେ ଗତକାଲି ହାଇୱା ଧକ୍କାରେ ଭେଜିଗୁଡା ଗାଁ ର ଦୁଇ ଯୁବକ ଶକ୍ତି ମାଝୀ ଓ ବିପିନ ମାଝୀ ମୃତ୍ୟୁ କୁ ନେଇ କ୍ଷତିପୂରଣ ଦାବିରେ ଗୁନଗୁନିଆ ନିକଟରେ ରାଜ ରାସ୍ତା ଅବରୋଧ କରିଛନ୍ତି ମୃତକ ପରିବାର ଓ ଗାଁ ଲୋକେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇଥିବା ହାଇୱା ର ଠିକଣା ମିଳିନାହିଁ। ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ହେଲା ପରେ ଶବ ଆଣି ଗୁନଗୁନିଆ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ମୋଟେର ଓ ମୂଖିଗୁଡା ମୁଖ୍ୟ ରାସ୍ତା ଯାତାୟତ ଠପ ରହିଛି। ଘଟଣା ସ୍ଥଳରେ କଳମପୁର ପୋଲିସ ପହଞ୍ଚି ବୁଝାବୁଝି କରୁଛି।