ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୋଡ଼ପାଡି ଗାଁର ଧନୁଯ୍ୟ ପଟେଲ(୫୫) ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶ ଗୁଣ୍ଠୁର ରେ ମୃତ୍ୟୁ ପରେ ତାଙ୍କ ଶବ ଆଣିବାକୁ ପରିବାର ଲୋକେ ଅସହାୟ ଥିଲେ। ଏ ନେଇ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ଜିଲ୍ଲା ଓ ରାଜ୍ୟ ବିଜେପି କର୍ମକର୍ତ୍ତା କୁ ଯୋଗାଯୋଗ କରିବା ସହ ଜିଲ୍ଲା ପ୍ରଶାସନ କୁ ଅବଗତି କରିଥିଲେ। ଜିଲ୍ଲା ପ୍ରଶାସନ ଆନ୍ଧ୍ରପ୍ରଦେଶ ପ୍ରଶାସନ ସହ ଯୋଗାଯୋଗ କରି ବର୍ତ୍ତମାନ ଶବ ଗାଁ କୁ ଆଣି ପରିବାର କୁ ହସ୍ତାନ୍ତର କରିଛି। ଗାଁରେ ଧନୁଯ୍ୟ ଙ୍କ ଶବ ରୀତିନୀତି ଅନୁସାରେ ସତ୍କାର କରାଯାଇଛି।ତେବେ ପରିବାର ବର୍ତ୍ତମାନ ବେସାହାରା।ପ୍ରଶାସନ ତରଫରୁ ପରିବାର ପ୍ରତିପୋଷଣ ପାଇଁ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହୋଇଛି। ଆଜି ସ୍ଥାନୀୟ ବିଜେପି କର୍ମୀ ଧବଳେଶ୍ୱର ପଟେଲ, ଉଆଁସୁ ବିଶ୍ୱାଳ, ଅଶୋକ ଦାସ, ପର୍ଶୁରାମ ପଟେଲ, ଶୋଭାକର ପଟେଲ ବଜ୍ର ପଟେଲ ମୃତକ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ଦେବା ସହ ଆଗାମୀ ଦିନରେ ସରକାରୀ ସହାୟତା ପ୍ରଦାନ କ୍ଷେତ୍ରରେ ସାହାଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
