କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପି ଧର୍ମଘଟ ଓ ହଡତାଲ କରିବା ଆହ୍ବାନରେ ଏ ଆଇସିସିୟୁ, ଏଆଇକେଏମ, ତରଫରୁ କଲ୍ୟାଣସିଂହପୁର ଛକ ଠାରେ ରାସ୍ତା ଅବରୋଧ କରାଯାଇଛି।ଏହାରି ପ୍ରଭାବାରେ ଆଜି ଜାନ ବାହାନା ଚଳା, ଚଳ ଦୋକାନ ବଜାର ବନ୍ଧ ଥିଲା, ଚାରୋଟି ଶ୍ରମ ବିଲ ବାତିଲ କରିବା, ଭିବି ଜି ରାମଜି ଆଇନ ବାତିଲ କରିବା ସହ ଏମଜିଏନଆରଜିଏସ ଆଇନ ଲାଗୁ କରିବା, ବିଦ୍ୟୁତ ଓ ବିହନ ଆଇନ ରଦ୍ଧ କରିବା, ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ଓ ପେନସନ ଲାଗୁ କରିବା, ରେଲୱେ ଓ ପ୍ରତିରକ୍ଷା ଓ ଶକ୍ତି ଭଳି ଲାଭଜନକ ରାଷ୍ଟ୍ରୟତ ଉଦ୍ୟୋଗ କୁ ବିକ୍ରି ବଦଂ କରିବା ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା , ସମସ୍ତ କୁଂ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ୍ୟ ଯୋଗାଇବା, ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ କାର୍ଡ ଧାରିକୁ ୫୦ କେଜି ଚାଉଳ, ଯୋଗାଇ ଦେବା ପାଇଁ ଦାବି କରାଯାଇଛି।
