କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଜିଲ୍ଲା ର ସ୍ଵାସ୍ଥ୍ୟ ସେବା କୁ ପ୍ରମୁଖ ଭାବରେ ଗ୍ରହଣ କରିଥିବା ଏସବିଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ଆଜି କେସିଙ୍ଗା ବ୍ଲକ ଉତ୍କେଲା ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସେନୀଟାରୀ ପେଡ ବଣ୍ଟନ କରାଯାଇଥିଲା। ଛାତ୍ରୀ ମାନଙ୍କ ଋତୁସ୍ରାବ କୁ ସ୍ୱଛ ଓ ନିର୍ମଳ କରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ପେଡ ବଣ୍ଟନ କୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଫାଉଣ୍ଡେସନ କୁ ଧନ୍ୟବାଦ୍ ଜଣାଇଛନ୍ତି। ଏଠାରେ ପ୍ରକାଶ ଥାଉକି କିଛି ବର୍ଷ ହେଲାଣି ଏସବିଆଇ ଏବଂ ରାମକୀ ଫାଉଣ୍ଡେସନ ଜିଲ୍ଲାର ବିଭିନ୍ନ ଛୋଟ ଛୋଟ ଗାଁ ମାନଙ୍କରେ ଘର ଘର ବୁଲି ବୁଲି ଲୋକଙ୍କୁ ଭ୍ରାମ୍ୟମାଣ କ୍ଲିନିକ୍ ମାଧ୍ୟମରେ ସ୍ଵାସ୍ଥ୍ୟ ସେବା ଯୋଗାଇ ନିଜକୁ ସ୍ଵାସ୍ଥ୍ୟ ସେବା ରେ ନିୟୋଜିତ କରି ଉଚ୍ଚ ପ୍ରଶଂସିତ ହୋଇଛି। ଫାଉଣ୍ଡେସନର ପ୍ରୋଜେକ୍ଟ କୋରଡିନେଟର ଙ୍କ ତତ୍ତ୍ଵାବଧାନରେରେ ଅନୁଷ୍ଠିତ ଉକ୍ତ ପେଡ ବଣ୍ଟନ କାର୍ଯ୍ୟକ୍ରମରେ ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଯୋସ୍ନା ରାଣୀ ବେହେରା, ପଙ୍କଜିନି ରଣା, ଲେବ ଟେକ୍ନିସିଏନ ନିତୁ ନାଏକ, ନିରଞ୍ଜନ ହାତୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାସ, ଶ୍ରୀୟାପ୍ରସାଦିନି କର, ହେମନ୍ତ କୁମାର ସାହୁ ଓ କୁମୁଦ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।
