ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଶେଷ ସୀମା ମ. ରାମପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ମୋହନଗିରି ଠାରେ ପୂଜା ପାଉଛନ୍ତି ସର୍ବ ପ୍ରାଚୀନ ଷଷ୍ଠ ଶତାବ୍ଦୀ ପବିତ୍ର ଶୈବପୀଠରେ ମହାଦେବ। ପ୍ରକୃତିର ମନୋରମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଧାର୍ମିକ ଆସ୍ଥା, ବିଶ୍ବାସ, ଐତିହ୍ୟ ଓ ସଂସ୍କୃତି ପରମ୍ପରାର ବାର୍ତା ବହନ କରୁ ଥିବା ପ୍ରାଚୀନ କାଳରୁ ଶୈବ ଉପାସନା ର ଏକ ମୁଖ୍ୟ କେନ୍ଦ୍ର ରୂପେ ପରିଚିତ। କଳାହାଣ୍ଡି ଜିଲ୍ଲାର ଏକ ସମୃଦ୍ଧ ଐତିହ୍ୟ ଓ ଧାରକ ଐତିହାସିକଙ୍କ ମତ ଅନୁସାରେ ଏହି ଅଂଚଳରେ ନାଗ ବଂଶୀ ରାଜା ମାନେ ଦୀର୍ଘ ସମୟ ଧରି ରାଜୁତି କରି ଆସୁଥିଲେ ଓ ସେମାନେ ଶୈବ ଧର୍ମ ଦୃଢ଼ ଉପାସକ ଥିଲେ। ତାଙ୍କ ସମୟର ବିଭିନ୍ନ ଶିବ ମନ୍ଦିର ତୋଳେଇବ ସହ ମନ୍ଦିର ପୁନ୍ନରଉଦ୍ଧାର ହୋଇଥିବା ଅନେକ କୁହନ୍ତି। ସ୍ଥାନୀୟ ଲୋକ କଥା. କାହାଣୀ ଅନୁଯାୟୀ ମୋହନଗିରି ଶିବ ଲିଙ୍ଗ ସ୍ୱଂୟ ଭୁ ଭାବେ ପ୍ରକାଶିତ ହୋଇଥିଲେ। ପ୍ରଥମେ ଏଠାରେ ଛୋଟ ପୂଜା ସ୍ଥଳୀ ଥିଲା, ଭକ୍ତ ମାନଙ୍କ ଆସ୍ଥା ପ୍ରକଟିତ ହେବା ସହିତ ମୋହନଗିରି ପୋଲିସ ଅଧିକାରୀ କୃତିବାସ ଦଣ୍ଡସେନାଙ୍କ ପ୍ରତିପାଳନରେ ଏହା ଏକ ସମ୍ପୂର୍ଣ ରୂପରେଖ ନେଇ ଥିଲା। ମନ୍ଦିର ପଥର ଗଠନ ପୁରାତନ ଶୈଳୀ ଏହା ଅନେକ ପ୍ରାଚୀନ ଶୈବ ପୀଠ ବୋଲି ବିଶ୍ୱାସ କରାଯାଏ। ମନ୍ଦିର ଗଠନରେ ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ପ୍ରଭାବ ପାଏ। ହେଲେ ଏଠାରେ ମହାଶିବରାତ୍ରି ମେଳା ସହିତ ଶ୍ରାବଣ ମାସ. ଶୀତଳ ଷଷ୍ଠୀ, ଦୁର୍ଗା ପୂଜା ପାଳିତ ହୁଏ ଯାହାକି ଅନେକ ଭକ୍ତଙ୍କ ବିଶ୍ୱାସ ରହିଛି। ମାନସିକ କଲେ ଫଳ ପ୍ରାପ୍ତି ହୁଏ। ମନ୍ଦିର କେବଳ ଧର୍ମ ସ୍ଥଳୀ ନୁହେଁ ଏହା ଅଂଚଳ ସାମାଜିକ ଏକତାର କେନ୍ଦ୍ର। ଲୋକ ମାନେ ଏକତ୍ରିତ ହୋଇ ଭାଇ ଚାରାର ପରିଚୟ ଦେଇ ଥାଏ। ମୋହନଗିରି ଶିବ ମନ୍ଦିର ଆମ ଓଡିଶାର ଗୌରବ ମୟ ଐତିହ୍ୟ ର ଜୀବନ୍ତ ପ୍ରତୀକ ଏହା ଧର୍ମ. ଇତିହାସ. ସଂସ୍କୃତି ଓ ପ୍ରକୃତି ସୁନ୍ଦର ସମନୀୟ।
