ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଠାରେ ଅବସ୍ଥିତ ୧୩୬ ବିଏସ୍ଏଫ୍ ବାଟାଲିୟନ କ୍ୟାମ୍ପରେ ଏକ ଜନ ହିତକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ସହିତ ସୀମା ସୁରକ୍ଷା ବାହିନୀ ର ଏକ ସୁସମ୍ପର୍କ ପ୍ରତିଷ୍ଠା କରିବା। ଆଜି ଏହି କାର୍ଯ୍ୟକ୍ରମରେ ବାରଖମା, ରେବିଙ୍ଗିଆ, ସୁଡ୍ରା ଗ୍ରାମପଞ୍ଚାୟତର ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରି ବାସନ, କୋମ୍ୱଳ ,ମଶାରୀ ଓ କିଛି ଘରେଇ ଉପକରଣ ପ୍ରଦାନ କରିଥିଲେ, ତା ସହିତ ଆଖ ପାଖରେ ଥିବା ବିଦ୍ୟାଳୟ ଓ ଯୁବକ ସଙ୍ଘ କୁ ଖେଳ ଉପକରଣ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଞ୍ଚଳର ଲୋକେ ଯୋଗ ଦେଇଥିଇଥିଲେ। ପାଖା ପାଖି ସଲାଗୁଡା, ବାରଖମା, ସୁଡ୍ରା ପଞ୍ଚାୟତ ର ୨୫୦ ରୁ ଉର୍ଦ୍ଧ ଲୋକଙ୍କୁ ବିଭିନ୍ନ ଘରେଇ ଉପକରଣ ପ୍ରଦାନ କରିଛନ୍ତି ୧୩୬ ବିଏସଏଫ ବାଟାଲିୟନ। ଏହି କାର୍ଯ୍ୟକ୍ରମରେ ୧୩୬ ବିଏସଏଫ ବାଟାଲିୟନ ର କମାଣ୍ଡେଣ୍ଟ ଶ୍ରୀ ସତପାଲ ସିଂ, କେ.କେ.ଦାସ, ନିର୍ମଳ ଚନ୍ଦ୍ର ଦାସ, କର୍ଣିପାଲ୍ ସିଂ ରାଠୋର,ସଞ୍ଜୟ କୁମାର ଉପେନ୍ଦ୍ର କୁମାର ସିଂ, ଆର.ଏସ. ପରମାର ଉପସ୍ଥିତ ଥିବା ବେଳେ, ବାରଖମା ସରପଞ୍ଚ କୁମୁଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ବାରଖମା ମେଡ଼ିକାଲ ଦାୟିତ୍ଵ ରେ ଥିବା ଡାକ୍ତର ବିଭୁ ବାସି ମଣି, ୱାର୍ଡ଼ ମେମ୍ବର ପରମା ନନ୍ଦ ନାୟକ, ଲଳିତ ଦିଗାଲ, ମିଳନ ଦିଗାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି।
