ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଆଜି ପବିତ୍ର ମହାଶିବରାତ୍ର ଓ ଜାଗର ମେଳିରେ ପାଇଁ ପରିବେଶ ଚଳ ଚଞ୍ଚଳ ହୋଇଉଠିଛି। ବହୁ ପୁରାତନ ଶୈବପୀଠ ଦେବଗିର ପାଞ୍ଚମୁଖେଶ୍ୱର ଶୈବପୀଠରେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଭକ୍ତ ମାନେ ୫୪୫ଟି ପାହାଚ ଅତି କ୍ରମ କରି ଦୁଇଟି ପାହାଡ଼ର ମଧ୍ୟ ଭାଗରେ ଥିବା ଏକ ଗୁମ୍ଫା ଭିତରେ ପୂଜା ପାଉଥିବା ବାବା ପଞ୍ଚ ମୁଖେଶ୍ୱର ସ୍ପଷ୍ଟିକ ଲିଙ୍ଗ, ବାବାଙ୍କୁ ଦର୍ଶନ କଲା ପରେ ନିଜ ନିଜର ମାନସୀ ରହିଥିବା ମନସ୍କାମନା ପୂରଣ ହୋଇଥାଏ। ସେଇଥି ପାଇଁ ଏହି ପୀଠ କୁ ନିଜର ଆଶା ଭରସା ରଖି ପଞ୍ଚମୁଖେଶ୍ୱର ସ୍ପଷ୍ଟୀକ ଲିଙ୍ଗ ବାବାଙ୍କୁ ପାଖକୁ ଭକ୍ତ ମାନେ ବହୁ ଦୂର ଦୂରାନ୍ତ ରୁ ଆସିଥାନ୍ତି,ଯାହାକୁ ନେଇ ଅଞ୍ଚଳ ରେ ଭକ୍ତମୟ ପରିବେଶ ସୃଷ୍ଟି ହୋଇଛି, ଭକ୍ତ ମାନେ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଦିଆଯାଇଛି,ଏବଂ ଦବଗିର କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅର୍ଣ୍ଣଭଗ ର ବ୍ୟବସ୍ଥା ମଧ୍ୟ କରାଯାଇଛି,ଏହି ଅର୍ଣ୍ଣଭଗର ବ୍ୟବସ୍ଥା ସାତଦିନ ଧରି ଚାଲୁ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
