କାଶିପୁର/କ୍ରାନ୍ତିକ୍ଷେତ୍ର : ବାଫଳା ମାଳି ପ୍ରଗତୀ ସଂଗଠନ ଦ୍ଵାରା ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନ୍ୟାୟ ସଙ୍ଗତ ୧୫ ଟି ଦାବୀ ନେଇଁ ଉତ୍କଳ ଆଲୁମିନା ପ୍ରକଳ୍ପ ବିପକ୍ଷରେ ବାଫଳା ମାଳି ଖଣି ରାସ୍ତା ରେ ଶାନ୍ତିପୂର୍ଣ ଗଣ ଆନ୍ଦୋଳନ କରାଯାଇଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ସ୍ଥିତ ଗଢି ଉଠିଥିବା ବହୁପ୍ରତିକ୍ଷୀତ ଉତ୍କଳ ଆଲୁମିନା ପ୍ରକଳ୍ପ କୁ ଆସୁଥିବା ବକ୍ସାଇଟ ର ଖୁନନ ଓ ଉତ୍ତୋଳନ ବାଫଳା ମାଳିରୁ ହେଉଥିବା ବେଳେ, ବାପଳା ମାଳି ଖଣି ଅଞ୍ଚଳ ତଥା ଖଣି ପ୍ରଭାବିତ ୪ଟି ପଞ୍ଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗୋମାନାଗମନ, ପରିବେଷ ର ରକ୍ଷଣାବେକ୍ଷଣ, ସ୍ଥାୟୀ ନିଯୁକ୍ତି, ଲୋକଙ୍କ ରୋଜଗାର ଏବଂ ଆର୍ଥିକ ସ୍ଥିତି ର ଉନ୍ନତ ଦିଗରେ ପ୍ରାୟ ଦୁଇ ଦଶନ୍ଦୀ ହେବ କାମ୍ପାନୀ କୌଣସି ଆଖି ଦୃଶିୟ ପଦକ୍ଷେପ ନ ନେଇଁ ଅବହେଳା କରି ଆସିଛି ବୋଲି ବାଫଳା ମାଳି ଖଣି ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରି ବାଫଳା ମାଳି ଖଣି ମୁଖ୍ୟ ରାସ୍ତା ଅବରୋଧ କରିଥିବା ଅଞ୍ଚଳବାସୀ ପ୍ରକଶ କରିଛନ୍ତି। ଅଞ୍ଚଳର ବିକାଶ ପାଇଁ ଉତ୍କଳ ପ୍ରକଳ୍ପ ର ବାର୍ଷିକ ଲାଭଂଶ ରୁ ୨% ସି.ଏସ. ଆର ହେଡ ଦ୍ଵାରା ଏବଂ ଡ଼ିଏମଏଫ ଫୋୖଣ୍ଡ ଓ କାମ୍ପାନୀ ଦ୍ଵାରା କୋଟି କୋଟି ଅର୍ଥ ପେରିଫେରି ଡୋଭଲୋପମେଣ୍ଟ ଉଦେଶ୍ୟରେ ଖର୍ଚ୍ଚ କରାଯାଉଛି। ଏହି ସବୁ ଯୋଜନା କେବେ ଓ କେଉଁ ଠାରେ, କାହାର ଉଦେଶ୍ୟରେ, କେଉଁ ମାନେ ଏବଂ କାହାର ସ୍ୱାର୍ଥରେ କାର୍ଯ୍ୟକାରି ହୋଇଛି ବୋଲି ଲୋକେ ପ୍ରଶାସନ ଓ ପ୍ରକଳ୍ପ କତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି। ତୁରନ୍ତ ଲୋକଙ୍କ ବାସ୍ତବିକ ୧୫ ଗୋଟି ଦାବିକୁ ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ ନ କରନ୍ତି କିମ୍ବା ଅଞ୍ଚଳବାସୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନ କରାଯାଏ ତେବେ ମରିବେ ପଛେ ଧାରଣା ରୁ ଅହରିବେ ନାହିଁ ବୋଲି ଧାରଣାକାରୀ ମାନେ ପ୍ରତିକ୍ରିୟା ଦେଇଛନ୍ତି। ବିଶେଷ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ପଥ ଓ କଣ୍ଠ ଅବରୋଧ କଲାଭଳି ଖଣି ପ୍ରଭାବିତ ଅଞ୍ଚଳକୁ ପ୍ରବେଶ ଓ ଅଞ୍ଚଳବାସୀଙ୍କ ସମସ୍ୟାକୁ ଲୋକଲୋଚନ ରେ ଉଜାଗର ନ କରିବାକୁ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରାଯାଉଛି। ଏହି କାରଣକରୁ ଜିଲ୍ଲା ଅନ୍ତର୍ଗତ ଓ କାଶୀପୁର ବ୍ଲକ ରୁ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଅଞ୍ଚଳକୁ ଜିବାପାଇଁ ଭୟଭୀତ ଓ ଅସୁରକ୍ଷିତ ମନେ କରୁଥିବା ଗଣମାଧ୍ୟମ ମାହୋଲରେ ଆଲୋଚନା ର ପ୍ରସଙ୍ଗ ପାଲଟିଛି।
