ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର କୋଷାପଡା ଠାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ

ଜୁନାଗଡ/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଗୌଡଚ୍ଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କୋଷାପଡା ଠାରେ ମହା ଶିବରାତ୍ରୀ ଉପଲକ୍ଷେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ଠାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଶନିବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଘଣ୍ଟ , ଶଙ୍ଖ, ହୁଳହୁଳି ଭଜନ କୀର୍ତ୍ତନ ସହ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର  ପରିସରରେ ଥିବା ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହି ଅଷ୍ଟ ପ୍ରହର ନାମଯଜ୍ଞରେ କର୍ତ୍ତା ଭାବେ ହରିହରପୁର ଗ୍ରାମର ଦାମୋଦର ନାଏକ ଓ ତାଙ୍କ ସହ ଧର୍ମିଣୀ ପଦ୍ମତୋଲା ନାଏକ ରହିଥ‌ିବା ବେଳେ ମୁଖ୍ୟ ପୂଜକ ଭାବେ ଶ୍ରୀଧର ନନ୍ଦ ଓ ସହଯୋଗୀ ପୂଜକ ବବଳୁ ପାଣିଗ୍ରାହୀ , ସାଗର ପଣ୍ଡା , ସିପୁନ ରଥ  ପୂଜା କାର୍ଯ୍ୟ ଦାଇତ୍ଵ ନିର୍ବାହ କରୁଛନ୍ତି। ଅଷ୍ଟ ପ୍ରହର ନାମ ଯଜ୍ଞରେ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଭୋଗ ପାଇଁ ବଦାନ୍ୟ ବ୍ୟକ୍ତି ସୁନୀଲ ବେହେରା, ଗୌତମ ବିହାରୀ, ଶ୍ରୀକାନ୍ତ ପଟ୍ଟଯୋଷୀ, ଗଣେଶ ପଟ୍ଟଯୋଷୀ, ଜପଇନ୍ଦ୍ର ସୁନାନୀ, କଳ୍ପେଶ୍ୱର ନାଏକ, ଭ୍ରମରବର ସେଠଙ୍କ ସହ ନୀଳକଣ୍ଠ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଙ୍କସହ ଗୌଡଚ୍ଛେଣ୍ଡିଆ, ହାବସପୁର, କୋଟାଗାଁ, ମଣ୍ଡଳ ପଞ୍ଚାୟତର ଜନସାଧାରଣ ସହଯୋଗ କରୁଛନ୍ତି। ରବିବାର ପ୍ରାତଃରୁ ନାମ ଆରମ୍ଭ ହୋଇ ସୋମବାର ପ୍ରାତଃରେ ନାମ ସମାପନ ଓ ନଗର ପରିକ୍ରମା ସହ ଦଧିହାଣ୍ଡି ଭଗ୍ନ ହେବା ସହିତ ଦିବା ୧୨.୩୦ ଘଣ୍ଟା ସମୟରେ ପ୍ରାସାଦ ସେବନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *