ଶିବଙ୍କ ପ୍ରିୟ କେତକୀ ଫୁଲ

କ୍ରାନ୍ତିକ୍ଷେତ୍ର(ସ୍ୱତନ୍ତ୍ର) : ବର୍ଷକରେ ଗୋଟିଏ ଦିନ ଖୋଜାପଡ଼େ କେତକୀ ଫୁଲ। କେବଳ ମହାଶିବରାତ୍ରୀ ଦିନ ହିଁ ଏହି ଫୁଲକୁ ମହାଦେବଙ୍କଠାରେ ଲାଗି କରାଯାଏ। ଜାଗରରେ ଶିବଙ୍କଠାରେ କେତକୀ ଫୁଲ ଚଢ଼ାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ପୌରାଣିକ ଆଖ୍ୟାନ ଅନୁସାରେ ପିଣ୍ଡଦାନ ସମୟରେ କେତକୀ ଫୁଲକୁ ସାକ୍ଷୀ ରଖିଥିଲେ ମାତା ସୀତା। କିନ୍ତୁ ମିଛ କହିବାରୁ କେତକୀ ଫୁଲ ଅଭିଶାପ ପାଇଥିଲେ। ଏହାପରେ ଅଭିଶାପମୁକ୍ତ ପାଇଁ ମିଳିଥିଲା ବର। କେବଳ ଶିବରାତ୍ରି ଦିନ ଶିବଙ୍କ ପାଖରେ ଲାଗି ନେଇ ବର ଦେଇଥିଲେ ସୀତା। ସେବେଠାରୁ ଜାଗରରେ ମହାଦେବଙ୍କଠାରେ କେତକୀ ଫୁଲ ଚଢ଼ାଇବାର ପରମ୍ପରା ରହିଛି। କେତକୀ ଭଗବାନ ଶିବଙ୍କର ଅତି ପ୍ରିୟ ପୁଷ୍ପ।

Leave a Reply

Your email address will not be published. Required fields are marked *