ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନାରେ ନୂତନ ଥାନା ଅଧିକାରୀ ଭାବେ ରଚିତା ମାଡ଼କାମୀ ଯୋଗ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝରିଗାଁ ସାମ୍ବାଦିକ ସଙ୍ଘ(ଓୟୁଜେ) ପକ୍ଷରୁ ଆଜି ଥାନା ଅଧିକାରିଣୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସାମ୍ବାଦିକ ସଙ୍ଘ ପ୍ରମୁଖ ଉପସ୍ଥିତ ରହି ଉପଢକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କ୍ରମରେ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥିଲା। ଝରିଗାଁ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ନୂତନ ଥାନା ଅଧିକାରୀଣୀ କହିଛନ୍ତି।
