ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ର ଶୁଭାରମ୍ଭ ହୋଇ ଯାଇଛି। ସକାଳୁ ଏଇ ମାଟି ର ଇଷ୍ଟ ଦେବୀ ମା’ ଡୋକରୀଙ୍କ ମନ୍ଦିର ରେ ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଙ୍କ ଉପସ୍ଥିତି ରେ ରାଜ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଆଜି ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପରିସରରେ ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ,ରାମପୁର ବିଡ଼ିଓ ଶରତ କୁମାର ସେଠୀ, ମ,ରାମପୁର ଥାନା ଅଧିକାରୀ ଚିତ୍ତରଞ୍ଜନ ପଧାନୀ, କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତି କମ୍ବୁ ପାଣି ମିଶ୍ର, ସତ୍ୟ ନାରାୟଣ ସାହୁ, ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓଙ୍କ ସମେତ ସାହିତ୍ୟ, ସଂସ୍କୃତି ପ୍ରେମୀଙ୍କ ଉପସ୍ଥିତିରେ ଅତିଥି ମାନେ ଅଭିଯାନର ସଫଳତା କାମନା କରି ସବୁଜ ପତାକା ଦେଖାଇ ଅଭିଯାନ ର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ଓଡ଼ିଶା ର ତିରିଶ ଗୋଟି ଜିଲ୍ଲା ରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କ ର ଏକ ସୂତ୍ର ରେ ବାନ୍ଧିବା ର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକ ରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସମ୍ପାଦକ ହେମନ୍ତ ସାହୁ। ଏହି ଅଭିଯାନ ମ,ରାମପୁର ରୁ ବାହାରି କନ୍ଧମାଳ ଜିଲ୍ଲା ରୁ ଆରମ୍ଭ ହୋଇ ପ୍ରତିଦିନ ଗୋଟିଏ ଜିଲ୍ଲା ପରିଭ୍ରମଣ କରି କଳାହାଣ୍ଡି ରେ ମାର୍ଚ୍ଚ ମାସ ୧୮ ତାରିଖ ରେ ଶେଷ ହେବାର ଯୋଜନା ରହିଛି। ଏହି ଅଭିଯାନ ଟି ସମ୍ପାଦକ ନିଜ ଉଦ୍ୟମ ରେ କରିଥିବା ଜଣାପଡିଛି। ଶୁଭାରମ୍ଭ କାର୍ଯ୍ୟକ୍ରମ ପରିଚାଳନା ରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ଉପ ସଭାପତି ରାକେଶ କୁମାର ଶତପଥୀ, ସହ ସଂପାଦକ ପରମାନନ୍ଦ ବିଶୀ, ସାଂସ୍କୃତିକ ସମ୍ପାଦକ ପବନ ମହାଳିକ, କୋଷାଧ୍ୟକ୍ଷ ଉଦୟ ନାୟକ, ସଦସ୍ୟ ମାନସ ରଞ୍ଜନ ପ୍ରହରାଜ, ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
