ଗାଁ ରାସ୍ତା ଶୋଚନୀୟ, ଯାତାୟତରେ ସମସ୍ୟା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) :  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତ ସରଦମହକୁମା ସ୍ଥିତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ସୁଦ୍ଧା ପକ୍କା ରାସ୍ତା ଟିଏ ନିର୍ମାଣ ହେଉ ନଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ସାନବାର୍ଲି ସ୍ଥିତ ପିଏମଜି ରାସ୍ତା ଠାରୁ ପୂଜାରୀସାହି ରାସ୍ତା ଟି ବହୁ ବର୍ଷ ହେଲା ଅତି ଶୋଚନୀୟ ଅବସ୍ଥାରେ ପଡିରହିବା ସହ ମେଟାଲ ବାହାରି ପଡି ବଡ଼ ବଡ଼ ଗାତ ହୋଇ ପଡ଼ିଛି। କିନ୍ତୁ ନୂତନ ଭାବେ ପକ୍କା ରାସ୍ତା ନିର୍ମାଣ କିମ୍ବା ମରାମତି ହେବାର ନାଁ ଧରୁ ନାହିଁ। ପକ୍କା ରାସ୍ତା ନିର୍ମାଣ ପାଇଁ ପଂଚାୟତ କର୍ତ୍ତୃପକ୍ଷ ବହୁ ଅଭିଯୋଗ କଲେ ସୁଦ୍ଧା କିଏ ଶୁଣି ନଥିବା କହିଛନ୍ତି ଗ୍ରାମବାସୀ। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଲୋକେ ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନ ଏହି ରାସ୍ତା କୁ ପକ୍କା ରାସ୍ତା ରେ ପରିଣତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *