ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର(କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଠାରେ ନୂତନ ଥାନା ଅଧିକାରୀ ଭାବେ ଯୁଗଳ ଶବର ଯୋଗ ଦେଇଛନ୍ତି। ଏହି ଅବସରରେ ଆଜି ଭାରପ୍ରାପ୍ତ ଅଧିକାରୀ ଯୁଗଳ ଶବରଙ୍କୁ ସ୍ଥାନୀୟ ମୈଦଲପୁର ସାମ୍ୱାଦିକ ସଂଘ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ। ଥାନା ଅଧିକାରୀ ଶ୍ରୀଶବର ପ୍ରଥମେ ନିଜର ପରିଚୟ ଦେବା ସହ ସମସ୍ତ ସାମ୍ବାଦିକଙ୍କ ପରିଚୟ ମାଗିଥିଲେ। ଏହି କ୍ରମରେ ମୈଦଲପୁର ଅଞ୍ଚଳର ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅଞ୍ଚଳରେ ଅସାମାଜିକ କାରବାରକୁ ବନ୍ଦ କରିବା ସହ ସୁଧାରିବା ଦିଗରେ କାମ କରିବି ଏବଂ ଅଞ୍ଚଳରେ ଅପରାଧ କିଭଳି ବନ୍ଦ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ଶ୍ରୀଶବର କହିଥିଲେ। ଏଥିପୂର୍ବରୁ ଶ୍ରୀ ଶବର ନବରଙ୍ଗପୁର ଜିଲ୍ଲା କଡିଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ସମ୍ବର୍ଦ୍ଧନା ସମୟରେ ସାମ୍ୱାଦିକ କୈଳାସ ଚନ୍ଦ୍ର ବିଷୋୟୀ, ସୁଜିତ୍ ନାୟକ, ଆକାଶ ବିଷୋୟୀ, ସନ୍ତୋଷ ସାହୁ, ଅନିଲ ପ୍ରଭାତ ଭତରା, ନିର୍ମଳ ବିଷୋୟୀ, ବିଜୟ ବିଷୋୟୀ, ସନ୍ତୋଷ ହରିଜନ, କିଶୋର ବିଷୋୟୀ, ନନ୍ଦ କୁମାର ବିଷୋୟୀ ଉପସ୍ଥିତ ଥିଲେ ।
