ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବାମ ମୁଖ୍ୟ କେନାଲ ଢୁଟିଗୁଡା ଗ୍ରାମର ଶାନ୍ତିନଗର ପଡା ନିକଟରେ ଏକ ବାଇକ ଚାଳକ ଭାରସାମ୍ୟ ହରାଇ କେନାଲରେ ପଡି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ବ୍ୟକ୍ତି ହେଉଛନ୍ତି ଭେଲୁଆଭଟା ଗାଁର ପିତାମ୍ବର ଝରିଆ (୨୮)। ଖବର ପାଇ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।
