କୋକସରା/କ୍ରାନ୍ତିକ୍ଷେତ୍ର : ସର୍ବପୁରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ତଥା ଫେରେଇ ଆଣିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହୋଇ ଆସୁଛି। ସମସ୍ତ ଗ୍ରାମ ପଞ୍ଚାୟତରେ ବୈଠକ କରାଯାଇ ଜନମତ ସଂଗ୍ରହ ଓ ଦାବି କୁ ରାଜ୍ୟ ସରକାରଙ୍କ ନିକଟରେ ଜଣାଇବାକୁ ପାଇଁ ଦାବି ତେଜିବାରେ ଲାଗିଛି। ଏହି କ୍ରମରେ ଆଜି କୋକସରା ବ୍ଲକ ଡୁଡୁକାଠେଙ୍ଗା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଘୁନାଥ ଖମାରୀ ସଭାପତିତ୍ବ କରିଥିଲେ। ଅନୁଷ୍ଠିତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, ମାନସ ରଞ୍ଜନ ବାଗ, ରାଜେନ୍ଦ୍ର ନାଏକ, ସୁରେଶ ଅଗ୍ରୱାଲ, ପ୍ରଧାନୀ ବାଗ, ପଙ୍କଜ ମୁଖ ଚୈଧୁରୀ, ରବିନାରାୟଣ ଦାସ, ସଞ୍ଜୟ ସିଙ୍ଗଲ, ଅଜୟ ଦିପ, ଧର୍ମାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ରମରେ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବି ନିମନ୍ତେ ବିଶେଷ ଆଲୋଚନା କରାଯାଇ ଜନମତ ସଂଗ୍ରହ କରାଯାଇଥିଲା। ତେବେ କିଭଳି ଭାବେ ସର୍ବପୂରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଫେରେଇ ଆଣିବା ସେ ନେଇ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଖଲିଗଡ, ବନ୍ଦପଡା, ଦର୍ଲିପଡା, ଧୋବେନଚଞ୍ଚରା, ମୁଗୁନାପଦର ଆଦି ଗ୍ରାମର ବୁଦ୍ଧିଜୀବୀ ସମେତ ବ୍ୟକ୍ତି ବିଶେଷ ଉକ୍ତ ଦାବିକୁ ସମର୍ଥନ ଦେଇଥିଲେ। ବୈଠକରେ ଗ୍ରାମ ପଞ୍ଚାୟତ ସ୍ତରରୁ ଦାବି କୁ ତୀବ୍ର କରିବା ନିମନ୍ତେ ୧୧ ଜଣିଆ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ବୈଠକରେ ମଣିରାମ ବାଣୁଆ, ଅର୍ଜନ ଅଗ୍ରୱାଲ, ଖଗେଶ୍ବର ପାଣିଗ୍ରାହୀ, ଦେବି ସିଂ ନାଗ, ଭିବେ ଭାରସଗଡିଆ, ବିରେନ କନ୍ଧ, ଶିବ ପ୍ରସାଦ ବାଣୁଆ, ମାଧବ ଦଳପତି, ଶ୍ରୀଧର ଭୋଇ, ଡମ୍ବରୁ ମାଝି, ଦିଶାନ୍ତ ବେଶ୍ରା, ଗୁଲସନ ବାଗ, ଜଗନ୍ନାଥ ପୁଝାରୀ, ପରମାନନ୍ଦ ନାଗ, ଡମ୍ବରୁଧର କଟା ସମେତ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହିଥିଲେ।
