ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଆସନ୍ତାକାଲି ଅର୍ଥାତ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେବାକୁ ଥିବା ଏହି ପରୀକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଝରିଗାଁ ବ୍ଲକରେ ୯ ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୧୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ୯ ଟାରେ ପରୀକ୍ଷା ହେବାକୁ ଥିବାବେଳେ ୧୧.୩୦ରେ ଶେଷ ହେବ। ଗଣିତ ପାଇଁ ୧୫ମିନିଟ ଅତିରିକ୍ତ ସମୟ ପରୀକ୍ଷାର୍ଥୀଙ୍କୁ ଦିଆଯିବ। ଏବଂ ପରୀକ୍ଷାର୍ଥୀ ୮ଟା ସୁଦ୍ଧା କେନ୍ଦ୍ରକୁ ପ୍ରବେଶ କରିବା ନେଇ ସୂଚନା ରହିଛି।ବ୍ଲକର ସରକାରୀ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତଥା ନୋଡାଲ କେନ୍ଦ୍ରରେ ୨୪୯ ପରୀକ୍ଷାର୍ଥୀଙ୍କ ସମେତ ବେଲଗାଁ ଏସଏସଡି ୨୪୦ଜଣ ପରୀକ୍ଷାର୍ଥୀ, କୁସୁମୀ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ୧୯୩ଜଣ ପରୀକ୍ଷାର୍ଥୀ, ଫୁର୍ଲା ଉଚ୍ଚ ବିଦ୍ୟାଳୟ ୩୦୨ଜଣ ପରୀକ୍ଷାର୍ଥୀ, କୋଦଭଟା ଉଚ୍ଚ ବିଦ୍ୟାଳୟ ୨୬୬ଜଣ ପରୀକ୍ଷାର୍ଥୀ, ଚଚା ଏସଏସଡି ୧୬୬ଜଣ ପରୀକ୍ଷାର୍ଥୀ, ଧୋଡ୍ରା ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ୨୯୭ଜଣ ପରୀକ୍ଷାର୍ଥୀ, କଳେଗାଁ ଉଚ୍ଚ ବିଦ୍ୟାଳୟ ୧୮୨ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୯ଗୋଟି କେନ୍ଦ୍ରରେ ମୋଟ ୨୧୬୭ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ନୋଡାଲ ପରୀକ୍ଷା କେନ୍ଦ୍ର ଅଧିକାରୀ ରୋହିଣୀ ତପସ୍ଵିନୀ ହଜାରୀ ସୂଚନା ଦେଇଛନ୍ତି । ତେବେ ପ୍ରଶ୍ନ ପତ୍ର ସଠିକ୍ ଭାବେ ପହଞ୍ଚିବା, କପି ରୋଗିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
