ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ପଞ୍ଚମ ଶ୍ରେଣୀରେ ଦେଇଥିବା ବୃତି ପରୀକ୍ଷାର୍ଥୀ ମାନଙ୍କର ଫଳାଫଳ ଘୋସିତ ହୋଇଛି। ମୋଟରେ ୧୪ ଜଣଙ୍କ ନାମ ତେନ୍ତୁଳିଖୁଣ୍ଟି ଶିକ୍ଷା ବିଭାଗ ତରଫରୁ ଘୋଷଣ କରାଯାଇଥିବା ବେଳେ ପୂଜାରୀଗୁଡାର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଆୟୁସ ନାୟକ ୬୭ ମାର୍କ ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟରେ ପ୍ରଭାତୀ ହରିଜନ ପ୍ରାଥମିକ ବିଦ୍ୟାଳୟ ଝରିଗୁମ୍ମା, ତୃତୀୟରେ କିରଣ ଜିତ ବାରିକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖାତିଗୁଡ, ସ୍ଵାତୀ ରାଣୀ ସିଂ ପୁଜାରୀଗୁଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆଦ୍ୟାସା ପଟ୍ଟନାୟକ ସରସ୍ଵତୀ ଶିଶୁ ମନ୍ଦିର ଆଞ୍ଚଳ ଗୁମ୍ନା, ଆଦ୍ୟାସା ମହାନ୍ତି ଆରବିନ୍ଦ ଶିକ୍ଷାକେନ୍ଦ୍ର ଖାତିଗୁଡା ଓ ଗୌରବ ନାୟକ ପ୍ରାଥମିକ ବିଦ୍ୟାଳୟ ଫଟାଗୁଡାର ପାଇଛନ୍ତି। ବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଶିକ୍ଷକ କକ୍ଷୟତୀ ଏବଂ ଏ ବି ଓ ପ୍ରଫୁଲ୍ଲ ପଟ୍ଟନାୟକ ଏବଂ କୁଳରଞ୍ଜନ ସୂନା ସୁଭେଚ୍ଛା ଜଣେଇ ଛନ୍ତି ।
