ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲାର ଏକ ନବଯୁବକ ସଂକେତ କୁମାର ଠାକୁରଙ୍କ ନିତାନ୍ତ ସ୍ଵପ୍ନ ଓ ଦୃଢ଼ ଦୃଷ୍ଟିକୋଣରୁ ଜନ୍ମ ନେଇଛି ମହାକାଳ ଫାଉଣ୍ଡେସନ୍। ମହାକାଳ ଫାଉଣ୍ଡେସନ୍ ତାଙ୍କ ମୂଖ୍ୟ ଲକ୍ଷ୍ୟକୁ ରଖିଛି ଶିକ୍ଷା, ସ୍ୱାସ୍ଥ୍ୟ, ରକ୍ତଦାନ, ପରିବେଶ ସୁରକ୍ଷା ଓ ଯୁବ ଶକ୍ତିର ନିର୍ମାଣ ଭଳି ବିଭିନ୍ନ ସାମାଜିକ କ୍ଷେତ୍ରରେ କାମ କରିବା।
ଫାଉଣ୍ଡେସନ୍ ଦ୍ୱାରା ବ୍ୟବସ୍ଥାପିତ ଅନେକ ଶିବିର, ରକ୍ତଦାନ ଶିବିର, ପ୍ରକୃତି ସୁରକ୍ଷା ଅଭିଯାନ ଓ ନିଶୁଳ୍କ ଶିକ୍ଷା କାର୍ଯ୍ୟକ୍ରମ, ଗ୍ରାମ ଅଞ୍ଚଳର ଲୋକଙ୍କ ମନରେ ବିଶେଷ ସ୍ଥାନ ଦାଖଲ କରିଛି। ସଂକେତ କୁମାର ଠାକୁର ଏହି ଫାଉଣ୍ଡେସନ୍ର ସ୍ଥାପକ, ଏକ ଯୁବ ପ୍ରେରକ ଯିଏ ତାଙ୍କ ଉଦ୍ୟମ ଓ ସ୍ଵପ୍ନକୁ ସାକାର କରି ଏକ ନୂଆ ଦିଗାରଣ କରିଛନ୍ତି। ସେ କହିଛନ୍ତି ଆମ ଲକ୍ଷ୍ୟ ହେଉଛି ଏହି ଅଞ୍ଚଳକୁ ସମୃଦ୍ଧ ଓ ସଚେତନ କରିବା। ଯୁବ ଶକ୍ତି ଓ ସମ୍ମିଳିତ ଚେଷ୍ଟା ଦ୍ୱାରା ଆମେ ଏକ ନୂଆ ଓଡ଼ିଶା ତିଆରି କରିପାରିବା। ଭବିଷ୍ୟତରେ ମହାକାଳ ଫାଉଣ୍ଡେସନ୍ କଳାହାଣ୍ଡି ସହିତ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ସାମାଜିକ ମୁଦ୍ଦା ଉପରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ। ସଂଗଠନର ଏହି ସ୍ଵଚ୍ଛ ଦୃଷ୍ଟିକୋଣ ଓ ସଚେତନ ପ୍ରଚେଷ୍ଟା ଏହାକୁ ଆଗାମୀ ଦିନରେ ଏକ ଦୃଢ଼ ସାମାଜିକ ପ୍ଲାଟଫର୍ମ ବାନିବା ଦିଗରେ ଆଗେଇ ନେଉଛି।