କର୍ଣ୍ଣାଟକରେ ଚମକିଲେ ଓଡ଼ିଆ ପୁଅ-ପଦ୍ମନାଭ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗତ କିଛି ଦିନ ତଳେ ସିବିଏସଇ ପରୀକ୍ଷା ର ଫଳାଫଳ ପ୍ରକାଶ ପାଇଛି।ଏହି ପରୀକ୍ଷା ରେ ଓଡ଼ିଆ ପୁଅ ପଦ୍ମନାଭ ଖମାରୀ କମାଲ ଦେଖାଇଛନ୍ତି। କର୍ଣ୍ଣାଟକର ପ୍ରଶାନ୍ତି ନୀଳୟମ ଶ୍ରୀସତ୍ୟ ସାଇ ଏଚଆର ସେକେଣ୍ଡୟାରି ବିଦ୍ୟାଳୟ ସିବିଏସଇ ପରୀକ୍ଷା ରେ ୯୫ ପ୍ରତିଶତ ମାର୍କ ରଖି ଯୁକ୍ତ ୨ରେ ଟପ୍ପର ହୋଇଛନ୍ତି। ଯାହା ଅଞ୍ଚଳ ରାଜ୍ୟ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି।ସେ ଜଣେ ଡାକ୍ତର ହେବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି।ଏହି ସଫଳତା ପଛରେ ତାଙ୍କର ଦୈନିକ ୧୭ଘଣ୍ଟା ର ପରିଶ୍ରମ ତଥା ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଗାଇଡ଼ ଓ ପିତାମାତା ଙ୍କ ଆଶୀର୍ବାଦ ଥିବା କହିଛନ୍ତି।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁମୁରା ଗ୍ରାମର ବ୍ୟବସାୟୀ ମାର୍କେଣ୍ଡେଶ୍ୱର ଖମାରି ଓ ବିଜୟଲକ୍ଷ୍ମୀ ଖମାରୀଙ୍କ ସୁପୁତ୍ର ପଦ୍ମନାଭ ଖମାରୀ। ତାଙ୍କର ଏହି ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ଖୁସିର ଲହରୀ ଖେଳି ଯାଉଥିବାବେଳେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏପରିକି ବିଭିନ୍ନ ମହଲରେ ପଦ୍ମନାଭ ଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି।