ବାର୍ଦ୍ଧକ୍ୟ ଭତ୍ତା ଯାତନା : ୧୦୦୦ ଟଙ୍କା ଭତ୍ତା କୁ ୫୦୦ ଅଟୋ ଭଡ଼ା

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଳାର ମ.ରାମପୁର ବ୍ଳକ ଡମ କର୍ଲାଖୁଣ୍ଟା ପଞ୍ଚାୟତର ଡୁମେରଗୁଡା ଗ୍ରାମର ବୁଡ଼ୁ ତାଣ୍ଡି ବୟସ (୭୬)। ପରିବାର କହିଲେ ସ୍ଵାମୀ ସ୍ତ୍ରୀ ଦୁଇଜଣ। ସେମାନଙ୍କ ଭତ୍ତା ଟଙ୍କାରେ ଘର ଚଳେ। ବୁଡୁ କୁ କୌଣସି ଏକ ରୋଗ ଦୀର୍ଘ ଏକ ବର୍ଷ ହେଲା ହୋଇଛି। ବହୁବାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ଉନ୍ନତ ମାନର ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ କରୁଥିବାରୁ ସେ ଚିକିତ୍ସିତ ହୋଇପାରୁ ନାହାନ୍ତି। ସେ ଠିକ ଭାବେ ଛିଡ଼ା ହୋଇ ପାରୁନାହାନ୍ତି, ତାଙ୍କ ସ୍ତ୍ରୀ ଏବେ ତାଙ୍କ ସାହାରା  ସାଜିଛନ୍ତି। ଭତ୍ତା ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପଡୁଥିବାରୁ ଉଠାଇବା ପାଇଁ ବାହୁ କଷ୍ଠ ହେଉଛି।  ୧୦୦୦ ଟଙ୍କା ଭତ୍ତା କୁ ମଦନପୁର ରାମପୁର ଯିବାକୁ ହେଲେ ୧୦ କିଲୋମିଟର ଯିବାକୁ ପଡେ। ତେବେ ଏକ ଅଟୋ ଖର୍ଚ୍ଚ ୫୦୦ ଟଙ୍କା ଦେବାକୁ ପଡୁଛି। ବାକି ରହିଲା ୫୦୦ ଟଙ୍କା ସେଥିରେ ପୁଣି ଏକ ମାସ ଚଲିବା ଓ ନିଜର ଔଷଧ ଖର୍ଚ୍ଚ କରିବା କେତେଯେ କଷ୍ଟ ଦାୟକ। ବହୁବାର ପଞ୍ଚାୟତ ଏବଂ  ବ୍ଲକ ଅଧିକାର ବହୁବାର ଭତ୍ତା ଟଙ୍କା ହାତରେ ଦେବା ପାଇଁ ଅନୁରୋଧ କରିଛନ୍ତି ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରି ବେସାହାରା ନିରୀହ ଗରିବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ବୁଡୁ ଙ୍କୁ ତୁରନ୍ତ ଭତ୍ତା ଘର କୁ ନେଇ ହାତରେ ଦେବା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସରକାଙ୍କ ଦ୍ୱାରା ହେଉଥିବା ଯୋଜନା ମନଙ୍କରେ ସାମିଲ କରି ଚିକିତ୍ସା କରିବା ପାଇଁ  ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *