ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଜିଲ୍ଲା ପାର୍ଟି କାର୍ଯ୍ୟାଳୟଠାରେ ଭାରତୀୟ ଜନତା ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ଅତି ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି।  ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା ଯୋଗଦେଇ ଉପସ୍ଥିତ ନେତୃତ୍ୱ କାର୍ଯ୍ୟକର୍ତ୍ତାଙ୍କୁ ପାର୍ଟି ର ପ୍ରତିଷ୍ଠା ଦିବସ ବିଷୟରେ ଅବଗତ କରିଥିଲେ, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ପାର୍ଟି ର ଇତିହାସ ଓ ବିକାଶ ବିଷୟରେ ବକ୍ତବ୍ୟ ରଖି ପାର୍ଟି ର ନିତୀ ଆଦର୍ଶ, ଏକାତ୍ମମାନବ ଦର୍ଶନ ରୁ ଅନ୍ତୋଦୟ, ବିକଶିତ ଭାରତ, ରାଷ୍ଟ୍ର ସୁରକ୍ଷା, ରାଷ୍ଟ୍ର ସର୍ବୋପରି, ରାଷ୍ଟ୍ର ପ୍ରଥମ, ପାର୍ଟି ଦ୍ୱିତୀୟ ଓ ବ୍ୟକ୍ତି ଶେଷରେ ଭଳି ଅନେକ ଯୁଗାନ୍ତକାରୀ ବିଷୟରେ କାର୍ଯ୍ୟକର୍ତ୍ତା ଙ୍କୁ ଅବଗତ କରିଥିଲେ, ମଞ୍ଚ ପରିଚାଳନା ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା କରିଥିଲେ ଓ ଧନ୍ୟବାଦ ଭାଷଣ ଭବାନୀପାଟଣା ନଗର ସଭାପତି ଚିତ୍ତରଞ୍ଜନ ପାତ୍ର ଦେଇଥିଲେ, ଉକ୍ତ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲ୍ଲା ଉପସଭାପତି ରୁପେଶ ଜୈନ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି, ଜିଲ୍ଲା କୋଷାଧକ୍ଷ୍ୟ ପ୍ରମୋଦ ଜୈନ, ରାଜ୍ୟ କୋଷାଧକ୍ଷ ଅଳ୍ପ ସଂଖ୍ୟାକ ମୋର୍ଚ୍ଚା ବିକ୍ରମଜିତ ସିଂ, ପୂର୍ବତନ ବିଧାୟକ ଅନାମ ନାଏକ, ବରିଷ୍ଠ ନେତା ଭବାନୀ ଶଙ୍କର ନିଆଲ,ବରିଷ୍ଠ ନେତା ପ୍ରଶାନ୍ତ ସାହୁ, ଜିଲ୍ଲା ସଭାପତି ଯୁବମୋର୍ଚା ବିଜୟଦେବସାହୁ, ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ, ଶୋଭାଙ୍ଗିନୀ ପାତ୍ର, ପ୍ରଦୀପ ଦାସ, ପ୍ରକାଶ ଧଙ୍ଗଡାମାଝୀ, ଅନିତା ବିଶ୍ୱାଳ, ରାକେଶ ଶର୍ମା, ଶଙ୍କର ସେନାପତି, ଶର୍ମିଷ୍ଠା ନାଏକଙ୍କ ସହିତ ପାର୍ଟିର ଅନେକ ନେତୃତ୍ୱ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *