ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଜେଏମଏଫସି କୋର୍ଟ ପରିସରରେ ନୂତନ ବାରଗୃହ ଓ କ୍ୟାଣ୍ଟିନ ନିମନ୍ତେ ଶିଳାନ୍ୟାସ ହୋଇଛି। ଆଜି ଭିଡିଓ କନଫେରେନ୍ସ ଜରିଆରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ହରିଶ ଟଣ୍ଡନ ଝରିଗାଁ ଏହାକୁ ଶୀଳାନ୍ୟାସ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକ ଯୋଗଦେଇ ଫିତାକାଟି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ରେଜିଷ୍ଟ୍ରାର ସାସ୍ୱତୀ ମିଶ୍ର, ଜେଏମଏଫସି ଝରିଗାଁ ସ୍ମିତା ଲାକ୍ରା, ଉମରକୋଟ ଓକିଲ ସଂଘର କର୍ମକର୍ତ୍ତା ସଭାପତି ଅରୁଣ ପଟ୍ଟନାୟକ, ଉପ ସଭାପତି ଶଙ୍କର ଦେଓ, ସମ୍ପାଦକ କୃଷ୍ଣ ନନ୍ଦ, ସହ ସମ୍ପାଦିକା ସୁମନ ସାମଲ, ଓକିଲ ସଦସ୍ୟ ସୁବାଷ ପଟ୍ଟନାୟକ, ସଞ୍ଜୟ ନାୟକ, ଚନ୍ଦ୍ରଭାନୁ ନାୟକ, ବାଳକୃଷ୍ଣ ପଟ୍ଟନାୟକ, ତମ୍ବୁଦାସ ପନକା, ଅରୁଣ ସିଂ, ଏପିପି ପ୍ରଦୀପ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଝରିଗାଁ ଥାନା ଅଧିକାରିଣୀ ରଚିତା ମାଡକାମୀ ଓ ଆରଡି ବିଭାଗ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
