ନବରଙ୍ଗପୁର ଜିଲ୍ଲା : ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରାଙ୍କ ନାମ ଘୋଷଣା 

ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) :   ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ୨୩ ଜିଲ୍ଲା ପାଇଁ ଘୋଷଣା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଭାବେ ବିଜେପିର ବରିଷ୍ଠ ନେତ୍ରୀ ବାସନ୍ତୀ ମାଝୀଙ୍କ ଓ ଉପାଧ୍ୟକ୍ଷ ଭାବେ ବିଜେପି ବରିଷ୍ଠ ନେତା ଲିଙ୍ଗରାଜ ଭତ୍ରାଙ୍କ ନାମ ଘୋଷଣା କରାଯାଇଛି। ସରକାର ସେମାନଙ୍କୁ ଏହି ସୁଯୋଗ ଦେଇଥିବାରୁ ଉଭୟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି। ଉଭୟଙ୍କୁ ଦାୟିତ୍ଵ ମିଳିବା ପରେ ନବରଙ୍ଗପୁର ସଂସଦ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ ଗୋବିନ୍ଦ ଜୈନ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଥିବାବେଳେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବାରେ ଲାଗିଛି।

Leave a Reply

Your email address will not be published. Required fields are marked *