ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନଃରୁଥାନ ମହୋତ୍ସବ ପାଳିତ

କ. ନୂଆଗାଁ/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତ ୟୁସିସିସିସି ବିଦ୍ୟାଳୟ ପରିସରରେ ମିଳିତ କଞ୍ଜାମେଣ୍ଡି ପଞ୍ଚାୟତ ଖ୍ରୀଷ୍ଟିଆନ ସଂଗଠନ ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନଃରୁଥାନ ମହୋତ୍ସବ ବହୁ ଆଡମ୍ବର ପାଳିତ ହୋଇଛି। ସଂଘ ସଭାପତି ରବୀନ୍ଦ୍ର ନାୟକଙ୍କ ତତ୍ଵାବଦ୍ଧନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ ଟି ମଣ୍ଡଳୀର ଖ୍ରୀଷ୍ଟ ଧର୍ମା ଲମ୍ବି ଯୋଗ ଦେଇଥିଲେ। ଏହା ପରେ ଅତିଥିଙ୍କ କର କୋମଳରେ ରିବନ କାଟି ସଭା ସ୍ଥଳ ଉଦଘାଟନ କରାଯାଇଥିଲା। ଯୁବକ ଯୁବତୀ ମାନେ ପ୍ରଭୁଙ୍କ ସଙ୍ଗୀତ ଗାନ କରି ମୁଖ୍ୟ ଅତିଥି ସ୍ପିକର ଜୋନସି ବାରଘିସ ଙ୍କୁ ସ୍ୱାଗତ କରି ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ଏହା ପରେ ବାଇବେଲ ପଠନ କରାଯାଇ ପ୍ରଭୁ ଯୀଶୁଙ୍କୁ ଆରାଧନ କରାଯାଇଥିଲା। ଏହା ପରେ ଭକ୍ତି ସଙ୍ଗୀତରେ ଯୁବକ ଯୁବତୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ଥର ଏଭଳି ଆୟୋଜନ ହୋଇଥିବାରୁ ପଞ୍ଚାୟତ ବାସୀଙ୍କ ମଧ୍ୟ୍ୟରେ ଆନନ୍ଦ ପରିଲିଖିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *