କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଏସବିଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ କେସିଙ୍ଗା ବ୍ଲକ ବାହାଦୁରପଦର ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟର ଗୁଣାତ୍ମକ ଉପଲବ୍ଧି ବିଷୟରେ ବୁଝା ଯାଇଥିଲା। ଏଥି ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜିନ୍ଦ୍ରନାଥ ପଣ୍ଡାଙ୍କ ସଭାପତିତ୍ବରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯତୀନ କୁମାର ନାଗ, ଇଶିତ କୁମାର ଡାଙ୍ଗ ରାମକୀ ଫାଉଣ୍ଡେସନର ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଜୋସ୍ନାରାଣୀ ବେହେରା, ସଂସ୍ଥାର କଳାହାଣ୍ଡି ପି ସି ଷ୍ଟାଫନର୍ସ ପଙ୍କଜିନି ରଣା, ଏଲଟି ନିତୁ ନାଏକ, ନିରଞ୍ଜନ ହାତୀଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ଏଥିରେ ବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଓ ତାହାର ସମାଧାନ ବିଷୟରେ ଜାଣିବାକୁ ପାଇଥିଲେ।
