ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷଙ୍କୁ ସମ୍ବଦ୍ଧନା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ପାପଡ଼ାହାଣ୍ଡି ସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର ସମ୍ମୁଖରେ ବିଜେପି ପକ୍ଷରୁ ନୂତନ ଭାବେ ମନୋନୀତ ହୋଇଥିବା ନବରଙ୍ଗପୁର ଜିଲ୍ଲା ସତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଲିଙ୍ଗରାଜ ଭତରାଙ୍କୁ ସ୍ବାଗତ ସମ୍ବଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀଭତରା ପ୍ରଥମେ ନୀଳକଣ୍ଠେଶ୍ଵର ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ କରିଥିଲେ। ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳୀୟ କର୍ମୀମାନେ ସମ୍ବଦ୍ଧିତ କରିଥିଲେ। ଜିଲ୍ଲାର ଉନ୍ନତି କରିବା ନିମନ୍ତେ ଉଦ୍ୟମ କରିବେ ବୋଲି ଶ୍ରୀଭତରା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଲଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ସମସ୍ତ କର୍ମକତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସମ୍ବଦ୍ଧନା ଉତ୍ସବରେ ଜିଲ୍ଲା ଉପସଭାପତି ହରି ମୋହନ ଶର୍ମା, ପାପଡ଼ାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ଡଙ୍ଗରା ମଣ୍ଡଳ ସଭାପତି କେ. କ୍ରିଷ୍ଣା ରାଓ, ମୈଦଲପୁର ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଦୀନବନ୍ଧୁ ବିଷୋୟୀ, ତ୍ରିନାଥ ଅମନତ୍ୟା,ଦାମୋଦର ପ୍ରଧାନ, ପ୍ରଦୀପ କୁମାର ଦାସ, କ୍ଷେତ୍ରମୋହନ ପାତ୍ର, ଜିତେନ୍ ମୀର୍ଗନ, ଲକ୍ଷ୍ମଣ ଭତରାଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଶ୍ରୀଭତରା  ଜିଲ୍ଲାରେ ଜଣେ ଯୁବ ବିଜେପି ନେତା ସହ ପାପଡ଼ାହାଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ରହିଥିଲେ। ସେ  ଅଞ୍ଚଳର ଜଣେ ଶୃଙ୍ଖାଗତ ନେତା ଭାବେ ବେଶ୍ ପରିଚିତ।ଏହା ସହିତ ସେ ଗଣଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଜିଲ୍ଲା ସତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ  ପଦ ପାଇବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Leave a Reply

Your email address will not be published. Required fields are marked *