କଲମପୁରରେ ଡ଼ଃ.ବି. ଆର. ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ଅନୁସୂଚିତ ଜାତି ବିକାଶ ପରିଷଦ କଲମପୁର ବ୍ଲକ ପକ୍ଷରୁ ଭାରତରତ୍ନ ବାବା ସାହେବ ଡ଼ଃ.ବି. ଆର. ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଆମ୍ୱେଦକର ପ୍ରେମୀ ଶୋଭାଯାତ୍ରାରେ ବାହାରି କଲମପୁର ସହର ପରିକ୍ରମା କରିବା ସହ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୂଜାର୍ଚ୍ଚନା ଓ ଦ୍ଵୀପ ପଜ୍ଜ୍ଲଳନ କରି ମାଲ୍ୟାର୍ପଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ମୁଖ୍ୟ ବକ୍ତା ଭାବରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ , ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ଅପ୍ରେସ ସ୍ବାଇଁ, କଲମପୁର ବ୍ଲକ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଗ , ଥୁଆମୂଲ ରାମପୁର ବ୍ଲକ ପ୍ରଭାରୀ ଘନଶ୍ୟାମ ନାଏକ, ଅନୁସୂଚିତ ଜାତି ବିକାଶ ପରିଷଦ କଲମପୁର ବ୍ଲକ ସଭାପତି ବଳରାମ ଦୁର୍ଗା, ଉପ ସଭାପତି ଶ୍ରୀକାନ୍ତ ଛତ୍ରିଆ, ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ନୀଆଁଲ, ଉପଦେଷ୍ଟା ଶତ୍ରୁଘନ ବାଗ, ରାଏଦାସ ଧ. ମାଝୀ ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ମତ ବ୍ୟକ୍ତ କରିଥିଲେ। ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁସୂଚିତ ଜାତି ବିକାସ ପରିଷଦ ତଥା ଅବିଭକ୍ତ ମଣ୍ଡଳ ଗ୍ରାମ ପଞ୍ଚାୟତ ଡମ୍ ସମାଜ ପକ୍ଷରୁ ମଣ୍ଡଳ ମଣ୍ଡି ଠାରେ ବାବା ସାହେବ ଡଃ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଡମ ସମାଜ ସଭାପତି ମାଙ୍ଗେଲାଲ ବାଗଙ୍କ ସଭାପତିତ୍ୟ କାର୍ଯ୍ୟ କ୍ରମରେ ଅତିଥି ଭାବରେ ବ୍ଲକ ସଭାପତି ବଳରାମ ଦୁର୍ଗା, ଉପସଭାପତି ଶ୍ରୀକାନ୍ତ ଛତ୍ରିଆ, ସମ୍ପାଦକ ସେନାପତି ନାଏକ, ଆମ୍ବେଦକର ପ୍ରେମୀ ସୁକଚନ ଦୁର୍ଗା, ଲୋକନାଥ ନାଗ, ରମେଶ ମିଆଁଲ, ରଘୁନାଥ କୁମାର, ଲଳିତ ନୀଆଁଳ, ଗଣେଶରାମ ବାଗ, ଚକ୍ରଧର ନାଏକ, ପ୍ରଭାତ ଦୁର୍ଗା, ସୁମନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥି ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ, ଦ୍ଵୀପ ପାଜ୍ଜ୍ଲଲନ, ତ୍ରିଶରଣ ଗାନ କରାଯାଇଥିଲା । ଡ଼ଃ.ଆମ୍ବେଦକରଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଜାତି, ଧର୍ମ, ବର୍ଣ୍ଣ ତ୍ୟାଗ କରି ସମ୍ବିଧାନ ଅନୁସାରେ ଭାଇଚାରା ରଖି ମାନବଧର୍ମ ଅନୁଯାୟୀ ପରିଚାଳିତ ହେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମଣ୍ଡଲ ଡମ ସମାଜ ତଥା ୟଙ୍ଗଷ୍ଟାର ଗ୍ରୁପର ସମସ୍ତ କର୍ମକର୍ତ୍ତା ତଥା ଆମ୍ବେଦକର ପ୍ରେମୀ ଜୟନ୍ତୀରେ ପୁର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *