ରାୟଗଡ଼ାରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୌର୍ଯ୍ୟ ଜାଗରଣ ଯାତ୍ରା

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲାରେ ବଜରଙ୍ଗ ଦଳ ପକ୍ଷରୁ ମହା ଆଡମ୍ବରରେ ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି ଯାତ୍ରାକୁ ଏକ ବିଶେଷ ଭାବରେ ଆୟୋଜନ କରାଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ ବାହାରୁ ଆସୁଥିବା ୧୨୦୦୦ ଉର୍ଦ୍ଧ୍ବ  ଲାଦେଶୀ ଅନୁପ୍ରବେଶକାରୀମାନେ ବିଭିନ୍ନ ବ୍ୟବସାୟ ଆଳରେ ଥାଇ ସ୍ଥାନୀୟ ଅର୍ଥନୀତି ଓ ସମାଜିକ ପରିସ୍ଥିତି ଉପରେ ପ୍ରଭାବ ପକାଉଥିବା। ଅଶିକ୍ଷିତ, ଅସହାୟ ଆଦିବାସୀ ଭାଇ ଭଉଣୀଙ୍କ ପାଖରୁ ୫୦ ଟଙ୍କା ର ଜିନିଷକୁ ବର୍ଦ୍ଧିତ ଦରରେ ବିକି ଅର୍ଥ ଶୋଷଣ କରିବା, ଆଦିବାସୀ ଭଉଣୀ ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ପ୍ରେମ ଜାଲରେ ଫସାଇ ଛୁଆ ଜନ୍ମ କରି ଚାଲାଣ କରିବା, ଏହି ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ ଅଧିକ ରହିବା ଦ୍ୱାରା ଘରେ ପଶି ଚୋରି କରିବା ହାର ବୃଦ୍ଧି ପାଇବା, ସହରରେ ଗୌ ଚାଲାଣ, ଗୌ ତସ୍କରି , ଗୌ ହତ୍ୟା ସହ ଗୋ ମାଂସ ବିକ୍ରୟ ଏହି ପ୍ରକାର ବିଭିନ୍ନ ବିଷୟକୁ ଉଠାଇ ଧରାଯାଇଥିଲା। ଏହି ସମସ୍ତ ବିଷୟ ସାଧାରଣ ଲୋକମାନେ ଓ ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ ପାଇଁ ଶୋଭାଯାତ୍ରା ମାଧ୍ୟମରେ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ରଥ ସହିତ ପଦଯାତ୍ରା ଓ ବାଇକ ରାଲି ଆୟୋଜନ କରାଯାଇଥିଲା। ରଥ ଯାତ୍ରାଟି ସନ୍ଧ୍ୟା ୫ଟାରେ ଜଗନ୍ନାଥ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମୁଖ୍ୟ ବଜାର, ଓଭର ବ୍ରିଜ୍, ବ୍ଲକ ଅଫିସ୍ ରୋଡ୍ ହୋଇ ଇନ୍ଦିରା ନଗର ପ୍ରଥମ ଗଳି ସ୍ଥିତ ଶ୍ରୀ କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସମାପ୍ତ ହୋଇଥିଲା। ନଗର ପରିକ୍ରମା ସମୟରେ “ଜୟ ଶ୍ରୀରାମ” ଧ୍ୱନିରେ ସମଗ୍ର ପରିବେଶ ପ୍ରାଙ୍କମ୍ପିତ ହୋଇଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଳ୍ୟରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ ଶତାଧିକ ହିନ୍ଦୁ ପ୍ରେମୀ ଓ ବଜରଙ୍ଗିମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଡ଼ା. ବାବୁ ରାଉ ମହାନ୍ତି, ଜିଲ୍ଲା ଉପ ସଭାପତି ଆନନ୍ଦ ରାଓ, ଜିଲ୍ଲା ସମ୍ପାଦକ କୁନା ରମେଶ, ସହ ସମ୍ପାଦକ ଗୋପୀ ବ୍ରହ୍ମା,ବିଶେଷ ସମ୍ପର୍କ ପ୍ରମୁଖ ବିଜୟ ଚୌଦାରୀ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଶକ୍ତି ଧରଣ, ଜିଲ୍ଲା ସଂଯୋଜକ ଶସ୍ୟ ଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ନଗର ସହ ସଂଯୋଜକ ବି. ରାଜେଶ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ଶେଷରେ ଶ୍ରୀକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *