ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କୁମାର ଗୁରୁତୁଲି ନାଳ କେନାଲ ଗାଁ ନିକଟରେ ଥିବା ଏମଆଇ ଡିଭିଜନ ପକ୍ଷରୁ ନିର୍ମାଣ ହେଉଥିବ କେନାଲ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏମିତିକି ଏଠାରେ ବିନା ସୂଚନା ଫଳକରେ କାମ ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ଚାଷୀଙ୍କ ଚାଷ ଜମିକୁ କିଭଳି ଭାବରେ ସୁବିଧାର ସହିତ ନିଜ ଚାଷ ଜମିକୁ ଜଳ ନିଷ୍କାସନ କରାଯିବ ଚାଷୀ କେମିତି ଉପକୃତ ହୋଇପାରିବେ କିନ୍ତୁ ଏହିଠି ଏମଆଇଡିଭିଜନ ପକ୍ଷରୁ ଚାଲିଥିବା ନିର୍ମାଣଧୀନ କାମ ବାସ୍ତବର ଚିତ୍ର କିନ୍ତୁ ଭିନ୍ନ ଦେଖିବାକୁ ମିଳିଛି। ଆଗରେ ସୂଚନା ଫଳକ ପରେ କାମକରାଯିବ ବୋଲି ସରକାର ଡିଣ୍ଡିମ ପିଠୁ ଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଜେଇଙ୍କ ଅନୁପସ୍ଥିତ ରେ ଲୁହା ଛୋଡ ସିମେଣ୍ଟ କଂକ୍ରିଟ ବୋଲି ନିଜ ଇଛା ପରିମାଣରେ ମିଶା ଯାଉଥିବାରୁ ନେଇ ଅଞ୍ଚଳବାସୀ ନିମ୍ନମାନର କେନାଲ କାମ ହେଉଥିବା ଅଭିଯୋଗ କରୁଛନ୍ତି। ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଏହାର ସଠିକ କାମକରାଯିବ ବୋଲି ସାଧାରଣ ରେ ଦାବୀ ହୋଇଛି
