ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଧର୍ମଗଡ଼ ବ୍ଲକ ବିକ୍ରମଗୁଡାଠାରେ ମା’ ଠାକୁରାଣୀ ସର୍କିଳ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଲି ସମାଜର କୁଲପତି ପ୍ରକାଶ ଚନ୍ଦ୍ର ନାଏକ, ଆଇନ ପରାମର୍ଶ ଦାତା, ବିଶିଷ୍ଟ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ, କୋଷାଧକ୍ଷ ରତନ ନାଏକ, ଧର୍ମଗଡ଼ ଏନ୍ଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ଶ୍ରୀକାନ୍ତ ନାଏକ, ଝସକେତନ ପାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ ନାଇଟ୍ କିଙ୍ଗ୍ ଧର୍ମଗଡ଼ ଓ ନିହାର ଆଲ୍ଫା ବିକ୍ରମଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିହାର ଆଲ୍ଫା ବିକ୍ରମଗୁଡା ଦଳ ୧୧ ଓଭରରେ ୧୩୭ ରନ୍ ସଂଗ୍ରହ କରିଥିବାବେଳେ ନାଇଟ୍ କିଙ୍ଗ୍ ଧର୍ମଗଡ଼ ୧୨ ଓଭରରେ ୧୩୪ ରନ୍ ସଂଗ୍ରହ କରିଥିଲା। ତେବେ ନିହାର ଆଲ୍ଫା ବିକ୍ରମଗୁଡା ଟିମ୍ ଏଥିରେ ବିଜୟୀ ହୋଇଥିଲା। ଜଗ ମାଝୀ ଓ ମହାନ୍ତି ସାର ଆମ୍ପିୟାର ଭାବରେ ରହି ଖେଲ ପରିଚାଳନା କରିଥିଲେ। ଆୟୋଜକ ଅନୁଷ୍ଠାନର ବାନାମ୍ବର ନାଏକ, ପପୁ ବଣିଆ, ବଂଶୀଧର ମଶ୍ରା, ପ୍ରଭାତ ମଶ୍ରା, କରୁଣା ମଶ୍ରା, ଲାବାଣ୍ୟ ମାଝୀ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
