ଗୋବିନ୍ଦ ବନଛୋର ହେଲେ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି 

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନ୍ଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏନେଇ ଆଜି କେସିଙ୍ଗା ଆରଏମସି ଠାରେ ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ଭୋଇଙ୍କ ସଭାପତିତ୍ବରେ ସାଧାରଣ ବୈଠକରେ ଶ୍ରୀବନଛୋର ଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ସଚେତନ ନାଗରିକ ମଞ୍ଚର ସଭାପତି ଭାବେ ଗୁରୁଦାୟିତ୍ୱ ଦିଆଯାଇଛି। ଏବଂ ତାଙ୍କର ସହମତି ଅନୁଯାଇ ଆଗାମୀ ଦିନରେ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଛି। ପ୍ରକାଶ ଥାଉକି ଗତ ୨୦୧୬ ମସିହାରେ ଗଠିତ ଏହି ସଂଗଠନ କେସିଙ୍ଗା ଅଞ୍ଚଳ ର ସାମଗ୍ରିକ ବିକାଶ ଦିଗରେ ଅନେକ ଜନହିତକର କାର୍ଯ୍ୟ ପାଇଁ ଅନବରତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଓ ସେଥିରେ କିଛି ସଫଳତା ପାଇଥିବାବେଳେ କିଛି କାର୍ଯରେ ଅସଫଳ ମଧ୍ୟ ହୋଇଛନ୍ତି। ହେଲେ ଅନବରତ ଭାବେ ଅଞ୍ଚଳ ର ବିକାଶ ପାଇଁ କାର୍ଯ୍ୟ କରିଚାଲିଛନ୍ତି। ତେବେ କିଛି ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟଙ୍କ ନିଜ ନିଜ ଭିତରେ ମତ ପାର୍ଥକ୍ୟ ଯୋଗୁଁ ଧିରେ ଧିରେ ସଚେତନ ନାଗରିକ ମଞ୍ଚ ନିଜର ଅସ୍ତିତ୍ବ ହରେଇ ବସିଥିଲା। ଯାହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି ଓ ସଂଗଠନ କୁ ମଜବୁତ କରିବା ପାଇଁ ସଦସ୍ୟ ମାନେ ନୂତନ ସଭାପତି ଶ୍ରୀବନଛୋରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି! ତେବେ ଏନେଇ ନୂତନ ସଭାପତି ଗୋବିନ୍ଦ ବନଛୋର ତାଙ୍କର ପ୍ରତିକ୍ରିୟା ରେ ଆଗାମୀ ଦିନରେ ସଚେତନ ନାଗରିକ ମଞ୍ଚ ଅଞ୍ଚଳ ର ବିକାଶ ରେ ସାରଥୀ ହୋଇ ଠିଆ ହେବ ଓ ପୂର୍ବ ଭଳି ସଂଗଠନ କୁ ମଜବୁତ କରିବା ପାଇଁ ଆମେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ସଂଗଠିତ କରି କେସିଙ୍ଗା ଅଞ୍ଚଳ ର ବିକାଶ ପାଇଁ କାର୍ଯ୍ୟ କରିବୁ ବୋଲି ସେ ନିଜ ପ୍ରତିକ୍ରିୟା ରଖିଥିଲେ! ଆଜିର ଏହି ବୈଠକ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ, ସନ୍ତୋଷ ସାହୁ ପୂର୍ବତନ ଏନଏସି ଅଧ୍ୟକ୍ଷ ରାମଜୀ ମାତଖଣ୍ଡିଆ, ସରିତା ସିନ୍ଦୁର,ପୂର୍ବତନ ସଭାପତି ଉତ୍ତର ମହଲା,ରମେଶ ପଟ୍ଟନାୟକ, ରଘୁରାଜ ସିଂ, କୃଷ୍ଣ ଚନ୍ଦ୍ର ସାହୁ,ପଙ୍କଜ ଗଉଡ଼,ନିକିତା ଜୈନ, ରଞ୍ଜନ ବେହେରା, ସଂଜୀବ ବେନାର୍ଜୀ,  ନୀଳ ମହଲା, ଚମ୍ପକ ସାହା, ରିସବ ଜୈନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟା ରେ ସଚେତନ ନାଗରିକ ମଞ୍ଚ କେସିଙ୍ଗା ର ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *